Connect with us

Uncategorized

ଶ୍ରୀନଗରରେ ପାକିସ୍ତାନୀ, ଆଇଏସ୍ଆଇଏସ୍ ପତାକା

ଶ୍ରୀନଗରରେ ପାକିସ୍ତାନୀ, ଆଇଏସ୍ଆଇଏସ୍ ପତାକା
ସୁରକ୍ଷାକର୍ମୀଙ୍କୁ ଗୁଳିକରି ହତ୍ୟା; ଯବାନଙ୍କ ଉପରକୁ ଢେଲାମାଡ
ନୂଆଦିଲ୍ଲୀ,୨୨ା୮ : ଇଦ୍-ଉଲ୍-ଜୁହା ଅବସରରେ ଆତଙ୍କବାଦୀମାନେ ସେମାନଙ୍କ ହିଂସାତ୍ମକ କାର୍ଯ୍ୟକଳାପ ଜାରି ରଖିଛନ୍ତି । ବୁଧବାର ସକାଳେ ଜାମ୍ମୁ-କାଶ୍ମୀର କୁଲଗାମର ଅବଗାମ ଗ୍ରାମରେ ଜଣେ ସୁରକ୍ଷାକର୍ମୀଙ୍କୁ ଗୁଳିକରି ହତ୍ୟା କରିଛନ୍ତି କିଛି ଆତଙ୍କବାଦୀ ।

ଇଦ୍ ଅବସରରେ ସୁରକ୍ଷାକର୍ମୀ ଜଣକ ମସଜିଦରୁ ନମାଜ ପାଠ କରି ବାହାରିବା କ୍ଷଣି ଆତଙ୍କବାଦୀମାନେ ତାଙ୍କୁ ଗୁଳି କରିଥିଲେ । ଫୟାଜ ଅହମଦ ନାମକ ଏକ ସୁରକ୍ଷାକର୍ମୀଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାରତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଫୟାଜ ନିକଟରେ ପୋଲିସ ବାହିନୀରେ ସ୍ୱତନ୍ତ୍ର ପୋଲିସ ଅଫିସର ଭାବେ ନିୟୋଜିତ ହୋଇଥିଲେ । ପରେ ତାଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ରାଜ୍ୟ ସରକାର ତାଙ୍କୁ କନେଷ୍ଟବଳ ଭାବେ ପଦୋନ୍ନତି ଦେଇଥିଲେ । ଇଦ୍ ଅବସରରେ ସେ କାର୍ଯ୍ୟରୁ ଛୁଟି ନେଇ ଘରକୁ ଯାଇଥିବା ବେଳେ ଏହି ହତ୍ୟାକାଣ୍ଡ ଘଟିଥିଲା । ଅନ୍ୟପଟେ କେତେକ ପ୍ରତିବାଦକାରୀ ପାକିସ୍ତାନୀ ଜାତୀୟ ପତାକା ଓ ଆଇଏସ୍ଆଇଏସ୍ ସଙ୍କେତ ଥିବା ପତାକା ଧରି ଶ୍ରୀନଗର ରାସ୍ତା ଉପରକୁ ଚାଲି ଆସିଥିଲେ । ନିରାପତ୍ତା ବଳଙ୍କ ଉପରକୁ ଅଚିହ୍ନା ଲୋକମାନେ ଢେଲା ମଧ୍ୟ ଫିଙ୍ଗିଥିଲେ ।

ବୁଧବାର ଦିନ ସହରବାସୀମାନେ ଇଦ୍ ଅବସରରେ ସକାଳ ନମାଜ୍ ପାଇଁ ଏକତ୍ର ହେବା ପରେ ଘଟଣାଟି ଘଟିଥିଲା । ପ୍ରତିବାଦକାରୀମାନେ ‘ମୁସା ଆର୍ମି’ ଲେଖାଥିବା କଳା ପତାକା ଧରି ଥିଲେ । ଅଲ୍-କାଏଦାଙ୍କ ସହ ସମ୍ପୃକ୍ତି ଥିବା ଏକ ସଂଗଠନର ମୁଖ୍ୟ ଜାକିର ମୁସାଙ୍କୁ ଏମାନେ ସମର୍ଥନ କରୁଥିବା କଥା କୁହାଯାଉଛି । ପରେ ନିରାପତ୍ତା ବଳ ଏବଂ ପ୍ରତିବାଦକାରୀଙ୍କ ମଧ୍ୟ ବଡ ସଂଘର୍ଷ ଘଟିଥିଲା ।

Click to comment

Leave a Reply

Your email address will not be published. Required fields are marked *

More in Uncategorized