Connect with us

ଖେଳ

ତୃତୀୟ ଟେଷ୍ଟରେ ଭାରତ ବିଜୟୀ

ତୃତୀୟ ଟେଷ୍ଟରେ ଭାରତ ବିଜୟୀ
ଟ୍ରେଣ୍ଟବ୍ରିଜ୍,୨୨ା୮ : ତୃତୀୟ ଟେଷ୍ଟ ମ୍ୟାଚରେ ଇଂଲଣ୍ଡକୁ ୨୦୩ ରନରେ ପରାସ୍ତ କରିଛି ଭାରତ । ଏହାସହ ଭ୍ରମଣକାରୀ ଭାରତୀୟ ଦଳ ସିରିଜ୍ ଜିତିବାର ଆଶା ବଜାୟ ରଖିଛି । ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ପ୍ରଥମ ଦୁଇଟି ମ୍ୟାଚରେ ଭାରତ ପରାସ୍ତ ହୋଇଥିଲା । ତୃତୀୟ ମ୍ୟାଚରେ ଜିତି ଭାରତ ସିରିଜକୁ ପ୍ରତ୍ୟାବର୍ତ୍ତନ କରିଛି । ଆଉ ୨ଟି ମ୍ୟାଚ୍ ବାକିଥିବା ବେଳେ ଭାରତ ଏବଂ ଇଂଲଣ୍ଡ ୧-୨ରେ ସିରିଜରେ ଅଛନ୍ତି । ୩ୟ ଟେଷ୍ଟ ମ୍ୟାଚରେ ୫ମ ତଥା ଅନ୍ତିମ ଦିନରେ ଭାରତ ଶେଷ ୱିକେଟ୍ ଭାବେ ଆଣ୍ଡସନକୁ ଆଉଟ୍ କରି ମ୍ୟାଚରେ ବିଜୟୀ ହୋଇଛି । ୫୨୧ ରନ୍ ବିଜୟଲକ୍ଷ୍ୟର ପିଛା କରି ଇଂଲଣ୍ଡ ବୁଧବାର ଅନ୍ତିମ ଦିନରେ ସମସ୍ତ ୱିକେଟ୍ ହରାଇ ୩୧୪ ରନ୍ କରିପାରିଥିଲା । ଯଶପ୍ରୀତ ବୁମରା ୫ଟି ୱିକେଟ୍ ନେଇ ଭାରତକୁ ବିଜୟୀ କରିବାରେ ସହାୟକ ହୋଇଥିଲେ । ଭାରତ ପ୍ରଥମ ଇନିଂସ ସ୍କୋର ୩୨୯ ରନ୍ ଜବାବରେ ଇଂଲଣ୍ଡ ରବିବାର ୨ୟ ଇନିଂସରେ ମାତ୍ର ୧୬୧ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଫଳରେ ଭାରତ ପ୍ରଥମ ଇନିଂସରେ ୧୬୮ ରନ୍ ଆଗରେ ରହିଥିଲା । ପରେ ୨ୟ ଇନଂସରେ ଭାରତ ଭଲ ବ୍ୟାଟିଂ କରି ୭ ୱିକେଟ୍ରେ ୩୫୨ ରନ୍ରେ ଇନିଂସ ସମାପ୍ତି ଘୋଷଣା କରିଥିଲା । କଷ୍ଟସାଧ୍ୟ ୫୨୧ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ଚତୁର୍ଥ ଦିନରେ ୯ ୱିକେଟ୍ ହରାଇ ୩୧୧ ରନ୍ କରିଥିଲା । ଅନ୍ତିମ ତଥା ପଞ୍ଚମ ଦିନରେ ଆଉମାତ୍ର ୬ ରନ୍ ଯୋଡିବା ପରେ ଇଂଲଣ୍ଡର ଶେଷ ୱିକେଟ୍ ଭାବେ ଆଣ୍ଡସନ୍ ରବୀନଚନ୍ଦ୍ର ଅଶ୍ୱିନୀଙ୍କ ଶିକାର ହୋଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଖେଳ