Connect with us

Uncategorized

ଓଡିଶାରେ ରାଷ୍ଟ୍ରପତି

ସାଙ୍କେତିକ

ଓଡିଶାରେ ରାଷ୍ଟ୍ରପତି

ଭୁବନେଶ୍ୱର, ୨୭ ସେପ୍ଟେମ୍ବର – ଓଡିଶାରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ । ରାଷ୍ଟ୍ରପତି ସପତ୍ନୀକ ଶୁକ୍ରବାର ଅପରାହ୍ନ ପ୍ରାୟ ୨ ଟା ୩୫ ରେ ବାୟୁସେନାର ସ୍ୱତନ୍ତ୍ର ବିମାନ ରାଜକମଲ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଥିଲେ । ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇବା ପାଇଁ ବିମାନ ବନ୍ଦରରେ ରାଜ୍ୟପାଳ ପ୍ରଫସର ଗଣେଶୀ ଲାଲ୍ ,  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ପ୍ରତାପ ଷଡଙ୍ଗୀ , ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ  ଓ ପୋଲିସ୍ ଡିଜି ବି.କେ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ  । ମୁଖ୍ୟମନ୍ତ୍ରୀ ଓ ଦୁଇ କେନ୍ଦ୍ରମନ୍ତ୍ରୀ ଉତରୀୟ ଦେଇ ସ୍ୱାଗତ ଜଣାଇଥିଲେ  ।

ଏଠାରୁ ରାଷ୍ଟ୍ରପତି ସିଧାସଳଖ ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ଗୋପାଳପୁର ଗୋଳାବନ୍ଧ ଆର୍ମି ଏଡି କଲେଜ ଯାଇଥିଲେ । ଭୁବନେଶ୍ୱରରୁ ଯାଇ ରାଷ୍ଟ୍ରପତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ନିକଟସ୍ଥ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ରେ ଅବତରଣ କରିଥିଲେ  । ସେଠାରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଲାଲ୍ , କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ଜଙ୍ଗଲ ଓ ପରିେବେଶ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସ୍ୱାଗତ ଜଣାଇଥିଲେ ।  ସେଠାରେ ରାତ୍ରୀ ଯାପନ ପରେ ଆସନ୍ତାକାଲି କଲେଜର ସମାବର୍ତନ ଉତ୍ସବରେ ଯୋଗ ଦେବେ । ଏହା ବ୍ୟତୀତ ସେନା ମୁଖ୍ୟ ବିପିନ୍ ରାୱତ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଗୋପାଳପୁରରେ ପହଂଚିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in Uncategorized