Connect with us

Uncategorized

ଲିଙ୍ଗରାଜ ମନ୍ଦିର ପାଶ୍ୱର୍ରେ ଉଚ୍ଛେଦ ଜାରୀ

ସାଙ୍କେତିକ

ଲିଙ୍ଗରାଜ ମନ୍ଦିର ପାଶ୍ୱର୍ରେ ଉଚ୍ଛେଦ ଜାରୀ
ଭୁବନେଶ୍ୱର,୧୩ ଡିସେମ୍ବର – ଲିଙ୍ଗରାଜ ମନ୍ଦିରର ନବୀକରଣ ପାଇଁ ଦକ୍ଷିଣଦ୍ୱାର ପାଶ୍ୱର୍ରେ ବିଏମସି ପକ୍ଷରୁ ଉଚ୍ଛେଦ କରାଯାଇଛି । ଦକ୍ଷିଣ ଦ୍ୱାର ନିକଟରେ ଥିବା ତାରିଣୀ ମନ୍ଦିରକୁ ପ୍ରବଳ ବିରୋଧ ସତ୍ୱେ ଭଙ୍ଗାଯାଇଛି । ତେବେ ସ୍ଥାନୀୟ ବ୍ୟବସାୟୀ ମାନେ ବିନା ନୋଟିସ୍ ରେ ସେମାନଙ୍କୁ ଉଚ୍ଛେଦ କରାଯାଇଥିବା ଅଭିଯୋଗ କରିଛନ୍ତି ।
ଲିଙ୍ଗରାଜ ମନ୍ଦିରର ଚତୁଃପାଶ୍ୱର୍କୁ ନୂଆ ରୂପ ଦେବା ପାଇଁ ୭୫ ମିଟର ପର୍ଯ୍ୟନ୍ତ ପ୍ରଶାସନ ଉଚ୍ଛେଦ କରୁଛି । ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ୯ଟି ପ୍ରକଳ୍ପ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଥିରେ ସୁଦୃଶ୍ୟ ପ୍ରବେଶ ପଥ, ବିନ୍ଦୁସାଗରର ପୁନରୁଦ୍ଧାର ଯୋଜନାରେ ପୁଷ୍କରିଣୀ ଗୁଡିକର ପୁନରୁଦ୍ଧାର, ଅତ୍ୟାଧୁନିକ ପାର୍କିଂ ବ୍ୟବସ୍ଥା, ଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପ, କେଦାର-ଗୌରୀ ଓ ମୁକ୍ତେଶ୍ୱର ପରିସରର ବିକାଶ କରାଯିବ ।
ଯାତାୟତର ସୁବିଧା ପାଇଁ ତାଳେଶ୍ୱର ଛକଠାରୁ ବେଇ ବାଙ୍କ ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହେବ । ୪ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ରହିବ । ଲିଙ୍ଗରାଜ ସମ୍ମୁଖ ଭାଗରେ ଉଦ୍ୟାନ ନିର୍ମାଣ ସହିତ ଏହାର ସୌନ୍ଦର୍ଯ୍ୟକରଣ କରାଯିବ । ଭକ୍ତ ଓ ପର୍ଯ୍ୟଟକମାନଙ୍କ ପାଇଁ ଭିତିଭୂମିର ବିକାଶ କରାଯିବ ।

Click to comment

Leave a Reply

Your email address will not be published. Required fields are marked *

More in Uncategorized