Connect with us

ଅପରାଧ

ବିଜେପି ନେତାଙ୍କୁ ନିର୍ମମ ହତ୍ୟା

ବିଜେପି ନେତାଙ୍କୁ ନିର୍ମମ ହତ୍ୟା

ବିଜେପି ନେତାଙ୍କୁ ନିର୍ମମ ହତ୍ୟା
ଶ୍ରୀନଗର,୨୨ା୮ : ବୁଧବାର ପ୍ରତ୍ୟୁଷରେ ପୁଲ୍ୱାମା ଠାରେ ଭାରତୀୟ ଜନତା ପାର୍ଟି ନିର୍ବାଚନ ମଣ୍ଡଳୀ ଅଧ୍ୟକ୍ଷ ଶବିର ଅହମ୍ମଦ ଭଟ୍ଟଙ୍କ ଶବ ଉଦ୍ଧାର କରାଯାଇଛି । ୨୬ ବର୍ଷିୟ ଭଟ୍ଟ ମଙ୍ଗଳବାର ଦିନ ଶ୍ରୀନଗରରୁ ପୁଲ୍ୱାମା ସ୍ଥିତ ଘରକୁ ଯିବା ବାଟରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଦ୍ୱାରା ଅପହୃତ ହୋଇଥିଲେ । ଶ୍ରୀନଗରଠାରେ ଗୋଟାଏ ଭଡାଘରେ ରହୁଥିବା ଭଟ୍ଟ ଥିଲେ ଜଣେ ସୁରକ୍ଷିତ ବ୍ୟକ୍ତି । ଜନ୍ମ ସ୍ଥାନରେ ଇଦ୍ ପାଳିବାକୁ ସେ ମଙ୍ଗଳବାର ସଂଧ୍ୟାରେ ପୁଲ୍ୱାମା ଯାଉଥିଲେ । ପୁଲ୍ୱାମା ଠାରେ ନିଜ ଘର ପାଖରୁ ତାଙ୍କୁ ଅପହରଣ କରି ନିଆଯାଇଥିଲା । ପୁଲ୍ୱାମାର ଲିଟର୍ ଗାଁରୁ ତାଙ୍କ ଶବ ଉଦ୍ଧାର କରାଯାଇଛି ।

ବିଜେପି ନେତାଙ୍କ ହତ୍ୟାର ପରିସ୍ଥିତିକୁ ଆମେ ତଦନ୍ତ କରୁଛୁ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି । ବିଜେପିର ରାଜ୍ୟ ମୁଖପାତ୍ର ଅଲ୍ତାଫ୍ ଠାକୁର ବିଜେପି ନେତାଙ୍କ ହତ୍ୟାକୁ ନିନ୍ଦା କରି ଆତଙ୍କବାଦୀଙ୍କୁ ନିନ୍ଦା କରିଛନ୍ତି । ଭଟ୍ଟ ଥିଲେ ଆମ ନିର୍ବାଚନ ମଣ୍ଡଳୀର ଅଧ୍ୟକ୍ଷ ଏବଂ ଉତ୍ସର୍ଗୀକୃତ ନେତା । ପରିବାରବର୍ଗଙ୍କ ସହ ଇଦ୍ ପାଳିବାକୁ ସେ ନିଜ ଘରକୁ ଯାଇଥିଲେ, କିନ୍ତୁ ଆତଙ୍କବାଦୀମାନେ ତାଙ୍କୁ ଅପହରଣ କରି ହତ୍ୟା କଲେ ।

ଭଟ୍ଟ ହେଉଛନ୍ତି ଗତ ବର୍ଷକ ମଧ୍ୟରେ ଦକ୍ଷିଣ କାଶ୍ମୀରରେ ଅଜ୍ଞାତ ବନ୍ଦୁଙ୍କଧାରୀଙ୍କ ଦ୍ୱାରା ନିହତ ହୋଇଥିବା ତୃତୀୟ ବିଜେପି ନେତା । ତାଙ୍କ ହତ୍ୟା ନିମନ୍ତେ ନିଜକୁ କୌଣସି ଆତଙ୍କବାଦୀ ସଂଗଠନ ଦାୟୀ କରିନାହାନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ