Connect with us

ସମ୍ପାଦକୀୟ

ଦେହଜୀବି ଓ କିନ୍ନରଙ୍କ ଭୂସ୍ୱର୍ଗ ଭୂବନେଶ୍ୱର

ସାଙ୍କେତିକ

ଭୂବନେଶ୍ୱର
ସମୟ ଥିଲା, ଯଦି କୌଣସି ଯୁବତୀ ରାସ୍ତା କଡରେ ଏକୁଟିଆ ଛିଡା ହୋଇଥାଏ, ତେବେ କିଛି ଲୋକ ପଚାରି ଦିଅନ୍ତି “କିଛି ଅସୁବିଧା ହୋଇନାହିଁତ” ?
ଆଜିକାଲି ସେ ସମୟ ଆଉନାହିଁ, ଯିଏ ଯାହା କର୍ମରେ ବ୍ୟସ୍ତ । ଏହି କର୍ମ ବ୍ୟସ୍ତତା ଆଡୁଆଳରେ ଚାଲିଛି ବିଭିନ୍ନ ପ୍ରକାର ଦେହ ବ୍ୟବସାୟ । ଏଥିରେ ଏକ ପ୍ରଶ୍ନ ଉଠେଯେ ଦେହବ୍ୟବସାୟ ତ ଦେହବ୍ୟବସାୟ ! ପୁଣି ବିଭିନ୍ନ ପ୍ରକାର ର କ’ଣ ? ଏଥିରେ ବର୍ତମାନ ବହୁ ସଂଖ୍ୟାରେ ଯୋଗ ଦେଇଛନ୍ତି କିନ୍ନର ମନେ । ଖଣ୍ଡଗିରି ଛକ,ଜୟଦେବ ବିହାର ଛକ, ମଞେଶ୍ୱର , ସତ୍ୟନଗରର ମଶାଣି ସାମ୍ନା, ମାଷ୍ଟର କ୍ୟାନଟିନ୍ ,ରାଜମହଲ, ଗଭର୍ଣ୍ଣର ହାଉସ ଛକ, କଳ୍ପନା ଛକ, ପୁରୁଣା ଷ୍ଟେସନ ଛକ, ରସୁଲଗଡ ଆଦି ଜାଗା ମାନଙ୍କରେ ଏମାନଙ୍କ ଉତ୍ପାତ ନିଜ ଆଖିରେ ନଦେଖିଲେ ବିଶ୍ୱାସ କରି ହେବନାହିଁ । ଦିନବେଳେ ମହିଳା ଦେହଜୀବିମାନେ ଭିଡ ମଧ୍ୟରେ ନିଜକୁ ହଜାଇ ଦେଇ ଲୁକାୟିତ ଭାବରେ ବ୍ୟବସାୟ ଚଲାଇଥାନ୍ତି । କିନ୍ତୁ କିନ୍ନର ମାନେ ଠିକ୍ ଓଲଟା, ରାତ୍ରି ୯ଟା ପରେ ଏମାନଙ୍କର ଉତ୍ପତ ଆରମ୍ଭ ହୁଏ । ଉପରୋକ୍ତ ଯାଗା ମାନଙ୍କରେ ଧିରେ ଧିରେ ସେମାନେ ଏକାଠି ହୋଇଥାନ୍ତି । ସହର ସାରା ରାତ୍ର ୯ଟାରୁ ଭୋର ୪ଟା ପର୍ଯ୍ୟନ୍ତ ଚାଲେ ରାତ୍ରୀକାଳୀନ “ଅଭିସାର” । କଲେଜ ପଢୁଆ ପୁଅମାନଙ୍କଠୁ ଆରମ୍ଭ କରି ପୌଢମାନେ ମଧ୍ୟ ଏମାନଙ୍କର ପ୍ରେମ ରେ ମସଗୁଲ ।

ରାତ୍ରୀକାଳୀନ ଡ୍ୟୁଟି କରୁଥିବା ଏକ ପୋଲିସ୍ ବାବୁ ଯାହା କୁହନ୍ତି ତାହା ବିଶ୍ୱାସ ଯୋଗ୍ୟ ନହେଲେବି , ହାବ ଭାବକୁ ଦେଖିଲେ ବିଶ୍ୱାସ କରିବାକୁ ବାଧ୍ୟ ହେବେ । ଏମାନଙ୍କ କାହାଣୀ ଏହିପରି,ଆମକୁ କହିଥିବା କଥାର କିଂୟଦଶ ଏଠାରେ ଉପସ୍ଥାପନ କରୁଛୁ । ଏମାନେ ପ୍ରୟତ ଛାତ୍ରମାନେ ରହୁଥିବା ହଷ୍ଟେଲ ବା ମେସକୁ ଯାଇଥାନ୍ତି । ରାତ୍ରୀଯାପନ କରିବା ସହିତ ସମୟ ମିଳିଲେ ତାଙ୍କର ଅସଜଡା ରୁମକୁ ମଧ୍ୟ ସଜାଡିଥାନ୍ତି । କତୁହଳର କଥା ହେଉଛି ଯେ, ଯଦି କୌଣସି ଗ୍ରାହାକର ଅପରିଷ୍କାର ଲୁଗା ପଡିଥାଏ ତାକୁ ମଧ୍ୟ ବେଳେବେଳେ ପରିଷ୍କର କରିଥାନ୍ତି । ଗୋଟିଏ ରାତ୍ରୀ ପାଇଁ ଏମାନେ ୫୦୦ ଟଙ୍କାରୁ ୩୦୦୦ ଟଙ୍କା ପର୍ଯ୍ୟନ୍ତ ଦାବି କରିଥାନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, କିଛି ପାଠ ପଢା ଇଂଜିନିୟର ଛାତ୍ର ଅର୍ଥ ଲାଳସାରେ ଏହି କିନ୍ନର ବୃତିକୁ ଆଦରି ନେଇଛନ୍ତି । ସେମାନଙ୍କର ପିତାମାତା ସହର ର ବାହାରେ ରହୁଥିବାରୁ ଏହା ସେମାଙ୍କର ଦୃଷ୍ଟିକୁ ଆସୁନାହିଁ । ଯଦିଓ ତାଙ୍କ ଭବିଶ୍ୟତ ପାଇଁ ଏହା ଅତି ଭୟଙ୍କର ଅଟେ ।
ମହିଳା ଦେହ ବ୍ୟବସାୟୀମାନେ ଆଜିକାଲି ଅତ୍ୟାଧୁନିକ ଯେଗାଯେଗ ଯାନ୍ତ୍ରୀକ କୌଶଳକୁ ଉପଯୋଗ କରି ନିଜର ବ୍ୟବସାୟକୁ ବିସ୍ଥାର କରୁଛନ୍ତି । ଏଥିରେ ଅଥିକାଶଂ ବଙ୍ଗିୟ ଦେହଜୀବି ନିୟୋଜିତ ହୋଇଥିଲେ ହେଁ ଆମ ରାଜ୍ୟର ଉପକୁଳ ବର୍ତୀ ଜିଲ୍ଲାମାନଙ୍କରୁ ମଧ୍ୟ କିଛି ଦେହଜିବି ନିୟୋଜିତ ହୋଇଛନ୍ତି । ଅଧିକାଂଶ ଯୁବତୀ ମାନଙ୍କୁ ଚାକିରୀ ଓ ବିବାହର ପ୍ରଲୋଭନ ଦେଖାଇ ଏହି ବୃତିକୁ ଟାଣି ଆଣିଥାନ୍ତି । କିନ୍ତୁ ପରବର୍ତୀ ସମୟରେ ଏଥିରୁ ମିଳୁଥିବା ବିପୁଳ ଅର୍ଥର ମୋହ ଏମାନଙ୍କୁ ଏହି ବ୍ୟବସାୟରେ ବାନ୍ଧିରଖେ । ଆମର ଆଇନ୍ କ୍ଷେତ୍ରରେ ଥିବା ଛିଦ୍ର ଓ କିଛି ଅସାଧୁ ପୋଲିସ ଅଫିସରମାନଙ୍କ ନିହିତ ସ୍ୱାର୍ଥ ଯୋଗୁଁ ଏହାର ମୁଳ ଉତ୍ପଟନ ହୋଇପାରୁ ନାହିଁ । ଯଦି ସରକାର ନିଜ ଇଛା ଶକ୍ତି ପ୍ରୟୋଗ କରି ଠୋସ୍ ପଦକ୍ଷେପ ଗ୍ରହଣ କରନ୍ତି , ତେବେ ଏ ଘୃଣ୍ୟ ବ୍ୟବସାୟକୁ କିଛି ମାତ୍ରାରେ ପ୍ରତିଘାତ କରିହେବ । ଏହାକୁ ଜନସାଧାରଣ ପୂର୍ଣ୍ଣମାତ୍ରାରେ ସହଯୋଗ କରିବା ମଧ୍ୟ ଆବଶ୍ୟକ । ଦେହ ବ୍ୟବସାୟ ଆମ ସମାଜ ପ୍ରତି ଆଦୌ ସୁଭଙ୍କର ଏବଂ ଗ୍ରହଣୀୟ ନୁହେଁ । ଏହା ନିଜର କାୟା ବିସ୍ତାର କରିବା ପୂର୍ବରୁ ମୁଳଉତ୍ପଟନ କରିବା ଉଚିତ୍ । ଏହା ଜନସାଧାରଣଙ୍କ ସହଯୋଗ ବିନା ସଫଳ ହେବା ଆଶାକ୍ଷୀଣ ।

Click to comment

Leave a Reply

Your email address will not be published. Required fields are marked *

More in ସମ୍ପାଦକୀୟ