Connect with us

Uncategorized

୬ ସରକାରୀଙ୍କ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ସାଙ୍କେତିକ

୬ ସରକାରୀଙ୍କ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
– ୨ ଜଣଙ୍କୁ ବାଧ୍ୟତାମୂଳକ ଅବସର , ୪ ଜଣ ବହିଷ୍କୃତ
ଭୁବନେଶ୍ୱର, ୧୦ ଜାନୁଆରୀ – ଦୁର୍ନୀତି ଅଭିଯୋଗରେ ରାଜ୍ୟ ସରକାର ଶୁକ୍ରବାର ୬ଜଣ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
୫ – ଟି ଅନ୍ତର୍ଗତ ରାଜ୍ୟ ସରକାର ୨ଜଣ ଇଞ୍ଜିନିୟର ବରଗଡ଼ରେ ଆରଡବ୍ଲ୍ୟୁଏସ୍ଏସ୍ ର ଏକଜିକ୍ୟୁଟିଭ ଇଞ୍ଜିନିୟର ନାରାୟଣ ତିଅ।ଡ଼ି ଓ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଇଞ୍ଜିନିୟର ଜ୍ଞାନେନ୍ଦ୍ର ପଟେଲଙ୍କୁ ସରକାରୀ କର୍ମଚାରୀରୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ସେହିପରି ୪ଜଣ କର୍ମଚାରୀଙ୍କୁ ଦୁର୍ନୀତି ଅଭିଯୋଗରେ କର୍ମଚାରୀରୁ ବହିଷ୍କାର କରିଛନ୍ତି । ବହିଷ୍କୃତ ହୋଇଥିବା ସରକାରୀ କର୍ମଚାରୀମାନେ ହେଲେ ଜଳସମ୍ପଦ ବିଭାଗରେ କାର୍ଯ୍ୟରତ ସହକାରୀ ଇଞ୍ଜିନିୟର ସଞ୍ଜୟ ଚୌଧୁରୀ, ନୂଆପଡ଼ା ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର ପ୍ରଦୀପ ରାୟ, ଜଗତପୁର ଜଳସେଚନ ଡିଭିଜନର ବିଜ୍ଞାନ କୁମାର ବେଉରିଆ ଓ ରାୟଗଡ଼ାରେ ନଗର ଉନ୍ନୟନ ବିଭାଗରେ କାର୍ଯ୍ୟରତ ସହକାରୀ ଇଞ୍ଜିନିୟର ଅମୀୟ କୁମାର ସେଠୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଏହି ନିଷ୍ପତି ନିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in Uncategorized