Connect with us

Uncategorized

ଫେବୃଆରୀରୁ ଏକାମ୍ର ହାଟରେ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ

ସାଙ୍କେତିକ

ଫେବୃଆରୀରୁ ଏକାମ୍ର ହାଟରେ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ
ଭୁବନେଶ୍ୱର, ୧୬ ଜାନୁଆରୀ – ଏଣିକି ଭୁବନେଶ୍ୱର ଏକାମ୍ର ହାଟରେ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଫେବୃଆରୀ ପହିଲାରୁ ଏପରି ଅଭିନବ କାର୍ଯ୍ୟକ୍ରମ ଆରମ୍ଭ ହେବ । ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗିତାରେ ଏପରି କାର୍ଯ୍ୟକ୍ରମ ପ୍ରତିସନ୍ଧ୍ୟାରେ ଆୟୋଜନ କରାଯିବ ବୋଲି ସ୍ଥିର କରାଯାଇଛି ।
ଗୁରୁବାର ଅପରାହ୍ଣରେ ଲୋକସେବା ଭବନରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଉପରୋକ୍ତ ମର୍ମରେ ନିଷ୍ପତି ଗ୍ରହଣ କରାଯାଇଛି । ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ସହିତ ପର୍ଯ୍ୟଟନ ବିକାଶ ସାଙ୍ଗକୁ ଓଡ଼ିଶାର ବିଭିନ୍ନ ସାଂସ୍କୃତିକ ସଂପଦର ସୁଦୂରପ୍ରସାରୀ ପ୍ରଚାର, ପ୍ରଦର୍ଶନ ତଥା ପ୍ରସାରକୁ ଦୃଷ୍ଟିରେ ରଖି ଏପରି ସାଂସ୍କୃତିକ କାର୍ଯ୍ୟକ୍ରମ ନିୟମିତ ଆୟୋଜନ କରାଯିବାକୁ ବୈଠକରେ ନିଷ୍ପତି ନିଆଯାଇଛି । ବର୍ଷାଦିନ ବ୍ୟତୀତ ବର୍ଷର ୮ ମାସ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯିବ । ରାଜ୍ୟର ବିଭିନ୍ନ ସ୍ଥାନର ପ୍ରସିଦ୍ଧ ସାଂସ୍କୃତିକ ଦଳ ଲୋକପ୍ରିୟ ବିବିଧ ପ୍ରକାରର କଳା-ଶୈଳୀ ସମ୍ବଳିତ କାର୍ଯ୍ୟକ୍ରମ ପରିବେଷଣ କରିବେ । ଫଳରେ ସାଂସ୍କୃତିକ ଦଳଗୁଡ଼ିକ ଉପକୃତ ହେବା ସହିତ ବିଭିନ୍ନ ଲୋକଶିଳ୍ପୀମାନଙ୍କୁ ପ୍ରୋତ୍ସାହିତ କରାଯାଇପାରିବ ବୋଲି ବୈଠକରେ ମତପ୍ରକାଶ ପାଇଛି ।
ଏହି ଉଚ୍ଚସ୍ତରୀୟ ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ, ପର୍ଯ୍ୟଟନ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ବିଶାଳ ଦେବ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ନାୟକଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀମାନେ
ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in Uncategorized