Connect with us

Uncategorized

‘ବସୁଧା’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

image

‘ବସୁଧା’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ପୁରୀ :- ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଚାରିଛକ ଗୋମୁଣ୍ଡିଆରେ ବୃହତ ପାନୀୟ ଜଳ ପ୍ରକଳ୍ପ ‘ବସୁଧା’ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପ୍ରକଳ୍ପ ଦ୍ୱାରା ଗଞ୍ଜାମ ବ୍ଲକର ୫୫ଟି ଗାଁ ଓ କୃଷ୍ଣପ୍ରସାଦ ବ୍ଲକର ୧୪ ପଞ୍ଚାୟତର ପ୍ରାୟ ୯୨ଟି ଗାଁ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଦୀର୍ଘଦିନ ଧରି ଏହି ଅଞ୍ଚଳ ବାସିନ୍ଦା ଫ୍ଲୋରାଇଡ ଓ କ୍ଲୋରାଇଡ ମିଶ୍ରିତ ପାଣି ପିଇ ଆସୁଥିଲେ । ତେଣୁ ଏଠାରେ ବସୁଧା ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ଫଳରେ ଦୁଇଟି ଜିଲ୍ଲାର ମୋଟ ୧୪୭ଟି ଗାଁର ୪ଲକ୍ଷରୁ ଊଦ୍ଧ୍ୱର୍ ଲୋକ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ । ଏଥିପାଇଁ ୧୮୩ କୋଟି ଖର୍ଚ୍ଚ ହେବ । ଋଷିକୂଲ୍ୟ ନଦୀରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ।

ଏହାଦ୍ୱାରା କୃଷ୍ଣପ୍ରସାଦ ବ୍ଲକର ୧୪ଟି ପଞ୍ଚାୟତର ପ୍ରାୟ ୯୨ଟି ଗ୍ରାମର ବାସିନ୍ଦା ଉପକୃତ ହେବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପିଇବା ପାଣି ପାଇଁ ବର୍ଷକୁ ୩ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରତି ପଞ୍ଚାୟତରେ ଅତିକମରେ ୨ଟି ଗାଁକୁ ପାନୀୟ ଜଳ ଯୋଗାଇ ଦିଆଯିବାକୁ ଆମର ଲକ୍ଷ୍ୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଉଦବୋଧନରେ କହିଛନ୍ତି । ଏହାସହିତ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମ ଜରିଆରେ ମହିଳାମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଯଥା, ମିଶନ ଶକ୍ତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଇତ୍ୟାଦିକୁ ଦୋହରାଇଥିଲେ । ଓଡ଼ିଶା ଦେଶରେ ଶ୍ରେଷ୍ଠ ରାଜ୍ୟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in Uncategorized