Connect with us

Uncategorized

୫ ବର୍ଷରେ ଖର୍ଚ୍ଚ ହୋଇଛି ୮୨ ହଜାର କୋଟି

image

୫ ବର୍ଷରେ ଖର୍ଚ୍ଚ ହୋଇଛି ୮୨ ହଜାର କୋଟି
୧୬ କୋଟି ଭାରତୀୟ ପାଉନାହାନ୍ତି ବିଶୁଦ୍ଧ ପାନୀୟ ଜଳ : ସିଏଜି ରିପୋର୍ଟ
ନୂଆଦିଲ୍ଲୀ,୨୬ା୧୧ : ଦେଶରେ ସରକାରୀ ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ । କାରଣ ଯୋଜନା ପ୍ରସ୍ତୁତ ହେବା ଓ ଲାଗୁ ହେବା ମଧ୍ୟରେ ଏକ ବଡ ବ୍ୟବଧାନ ରହୁଛି । ଏହା ମହାଲେଖା ନିୟନ୍ତ୍ରକ (ସିଏଜି)ର ଏକ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ସିଏଜି ରିପୋର୍ଟ ଅନୁସାରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ଭାରତ ସରକାର ୫ ବର୍ଷରେ (୨୦୧୭ ସୁଦ୍ଧା) ୮୧,୧୬୮ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।

ହେଲେ ଦେଶର ୧୬ କୋଟିରୁ ଅଧିକ ଲୋକ ଏବେ ବି ବିଶୁଦ୍ଧ ପାନୀୟ ଜଳ ପାଉନାହାନ୍ତି । ଜାତୀୟ ଗ୍ରାମୀଣ ପାନୀୟ ଜଳ ଯୋଜନା (ଏନ୍ଆରଡିଡବ୍ଲ୍ୟୁପି)ରେ ୩୫% ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଚିହ୍ନଟ କରାଯାଇଥିଲା । ପାଇପ୍ ଯୋଗେ ପ୍ରତିଦିନ ବ୍ୟକ୍ତି ପିଛା ୪୦ ଲିଟର ପାଣି ଯୋଗାଇ ଦେବାକୁ ସ୍ଥିର କରାଯାଇଥିଲା । ତେବେ ଏହି କାର୍ଯ୍ୟ ମନ୍ଥର ଗତିରେ ଚାଲିଥିଲା ବେଳେ ମାତ୍ର ଅଧା କାର୍ଯ୍ୟ ପୂର୍ଣ୍ଣ ହୋଇଛି । ଏହାକୁ ନେଇ ସିଏଜି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିବା ସହ କାର୍ଯ୍ୟ ଶୈଳୀକୁ ନେଇ ପ୍ରଶ୍ନ କରିଛନ୍ତି । ଏନ୍ଆରଡିଡବ୍ଲ୍ୟୁପି ହେଉଛି କେନ୍ଦ୍ର ଦ୍ୱାରା ପରିଚାଳିତ ଏକ ଯୋଜନା । ଦେଶର ସମସ୍ତ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହେଉଛି ଏହି ଯୋଜନାର ଲକ୍ଷ୍ୟ । ଏହି ଯୋଜନାରେ କେନ୍ଦ୍ର ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ଓ ରାଜ୍ୟ ସରକାର ଏଥିରେ ବୈଷୟିକ ସହଯୋଗ କରିବେ । ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ୮୯,୯୫୬ କୋଟି ଟଙ୍କା ବ୍ୟୟ ଅଟକଳର ଯୋଜନା ହୋଇଥିଲା । ୨୦୧୭ ସୁଦ୍ଧା ସରକାର ଏଥିରେ ୮୧,୧୬୮ କୋଟି ଟଙ୍କା ଖର୍ଚ୍ଚ କରିସାରିଛନ୍ତି । ଅର୍ଥାତ ଯୋଜନାର ୯୦% ଅର୍ଥ ଖର୍ଚ୍ଚ ହୋଇ ସାରିଛି ।

ଏତେ ଟଙ୍କା ଖର୍ଚ୍ଚ ହେବା ପରେ ବି କିଭଳି ୧୬ କୋଟି ଭାରତୀୟ ପାନୀୟ ଜଳ ପାଇବାରୁ ବଞ୍ôଚତ ହେଲେ ବୋଲି ସିଏଜି ପ୍ରଶ୍ନ କରିଛନ୍ତି । ଏହାପୂର୍ବରୁ କେନ୍ଦ୍ର ସରକାର ଲୋକସଭାରେ ଜଣାଇଥିଲେ ଯେ, ୨୦୧୭ ପର୍ଯ୍ୟନ୍ତ ୫୦% ଗ୍ରାମକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଇଛି । ୨୦୨୨ ସୁଦ୍ଧା ୯୦% ଗ୍ରାମକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି । କିନ୍ତୁ ସିଏଜି ରିପୋର୍ଟରେ ୨୦୧୭ ସୁଦ୍ଧା ମାତ୍ର ୪୪% ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଇଥିବା ଜଣାପଡିଛି । ଯୋଜନା ପ୍ରସ୍ତୁତ ହେବା ଓ ଲାଗୁ ମଧ୍ୟରେ ଏକ ବଡ ଅନ୍ତର, ଖରାପ ପରିଚାଳନା ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଯୋଜନାରେ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବା ସିଏଜି ଦର୍ଶାଇଛି ।

Click to comment

Leave a Reply

Your email address will not be published. Required fields are marked *

More in Uncategorized