Connect with us

Uncategorized

ଅମୀୟ ପଟ୍ଟନାୟକଙ୍କ ପାର୍ଥିବ ଶରୀର ପହଞ୍ଚିଲା

ସାଙ୍କେତିକ ଚିତ୍ର

ଭୁବନେଶ୍ୱର: ଓଡ଼ିଆ ସିନେଜଗତର ପ୍ରଯୋଜକ-ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକଙ୍କ ଆଜି ସକାଳ ୮ଟା ସମୟରେ ପରଲୋକ ହୋଇଯାଇଛି । ତାଙ୍କ ପାର୍ଥିବ ଶରୀର ଆଜି ରାତି ୮.୩୦ ମିନିଟ ସମୟରେ ଭୁବନେଶ୍ୱର ଠାରେ ପହଞ୍ଚିଛି । ସ୍ୱର୍ଗତ ପଟ୍ଟନାୟକଙ୍କ ପାର୍ଥିବ ଶରୀରକୁ ଏକ ଏୟାର ଆମ୍ବୁଲାନ୍ସ ଯୋଗେ ନୂଆଦିଲ୍ଲୀର ବେଦାନ୍ତ ହସ୍ପିଟାଲରୁ ଭୁବନେଶ୍ୱରକୁ ଅଣାଯାଇଛି । ସେଠାରୁ ସ୍ୱର୍ଗତ ପଟ୍ଟନାୟକଙ୍କ ପାର୍ଥିବ ଶରୀରକୁ ତାଙ୍କ ନୂଆପଲ୍ଲୀସ୍ଥିତ ବାସଭବନକୁ ଅଣାଯାଉଛି । ସେଠାରେ ଅନ୍ତିମ ଦର୍ଶନ ପାଇଁ ରଖାଯିବ ।

୧୯୮୫ ମସିହାରେ ପ୍ରଥମେ ଫିଲ୍ମ ‘ମମତା ମାଗେ ମୁଲ’ର ପ୍ରଯୋଜନା କରିବା ସହ ନିର୍ଦ୍ଦେଶନା ମଧ୍ୟ ସେ ଦେଇଥିଲେ । ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ରାଜ୍ୟର ବହୁ ସିନେ କଳାକାର ବିମାନ ବନ୍ଦରରେ ଅପେକ୍ଷା କରିଥିଲେ । ଅମୀୟ ପଟ୍ଟନାୟକଙ୍କ ବିୟୋଗରେ ରାଜ୍ୟର ଚଳଚ୍ଚିତ୍ର ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

More in Uncategorized