Connect with us

ମନୋରଞ୍ଜନ

ଫଟୋଗ୍ରାଫରମାନଙ୍କୁ ଗାଳିଦେଇ ସଞ୍ଜୟ ଦତ୍ତ ପୁଣି ବିବାଦରେ

ସାଙ୍କେତିକ ଚିତ୍ର

ଫଟୋଗ୍ରାଫରମାନଙ୍କୁ ଗାଳିଦେଇ ସଞ୍ଜୟ ଦତ୍ତ ପୁଣି ବିବାଦରେ
ମୁମ୍ବାଇ: ଦୀପାବଳି ଦିନଟିକୁ ବଲିଉଡ କଳାକାରମାନେ ଖୁବ ଧୁମଧାମରେ ମନେଇ ଥାଆନ୍ତି । ବଲିଉଡର ଜଣାଶୁଣା ଅଭିନେତା ସଂଜୟ ଦତ୍ତ ନିଜ ଘରେ ଏକ ରାତ୍ରିକାଳୀନ ପାର୍ଟି ରଖିଥିଲେ । ଏଥିରେ କେବଳ ନିଜର ପରିବାର ସଦସ୍ୟ ଓ ଅନ୍ତରଙ୍ଗ ବନ୍ଧୁମାନେ ଯୋଗ ଦେଇଥିଲେ ।

ସଂଜୟ ଦତ୍ତ,ପତ୍ନୀ ମାନ୍ୟତା,ପୁଅ ଶହରାନ୍‌ ଓ ଝିଅ ଇକରାଙ୍କ ସହଦୀପାବଳି ମନାଉ ଥିବା ସମୟରେ ଫଟୋଗ୍ରାଫରମାନେ ଆସି ପହଁଚିଯାଇଥିଲେ । ସେ ସମସ୍ତ ମିଡ଼ିଆ ଲୋକଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ । ପୁତ୍ର ଶହରାନ୍‌ ସବୁ ଫଟୋଗ୍ରାଫରଙ୍କୁ ଭଲମନ୍ଦ ପଚାରିବା ସହିତ ଭଲମନ୍ଦ ପଚାରି ବୁଝିଥିଲେ ।
ପାର୍ଟି ସରିବାପରେ ଅତିଥିଙ୍କର ଯିବା ଆରମ୍ଭ ହୋଇଗଲା । ସଂଜୟ ଦତ୍ତ ଜଣକ ପରେ ଜଣଙ୍କୁ ଘରୁ ବାହାରିବାବେଳେ ଗେଟ୍‌ ଯାଏଁ ବଳାଇଦେବାକୁ ଯାଉଥିଲେ । ସେହି ସମୟରେ ଫଟୋଗ୍ରାଫରମାନେ ଅତିଥି ଓ ସଞ୍ଜୟଙ୍କର ଫଟୋ ଉଠାଉଥିଲେ । ଏଥିରେ ସଂଜୟ ରାଗିଯାଇ ଫଟୋଗ୍ରାଫରମାନଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ । ତା’ପରେ ଫଟୋଗ୍ରାଫରମାନେ ତାଙ୍କ ଘରୁ ଚାଲିଯାଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ମନୋରଞ୍ଜନ