Connect with us

ମନୋରଞ୍ଜନ

୨୦୧୮ ବର୍ଷ ପାଇଁ ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା

ସାଙ୍କେତିକ

୨୦୧୮ ବର୍ଷ ପାଇଁ ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା
• ଗୁଜରାଟୀ ଚଳଚ୍ଚିତ୍ର ‘ହେଲାରୋ’କୁ ଶ୍ରେଷ୍ଠ ଫିଚର ଫିଲ୍ମ ପୁରସ୍କାର
• ‘ବଧାଇ ହୋ’କୁ ସାମଗ୍ରିକ ମନୋରଞ୍ଜନଧର୍ମୀ ଶ୍ରେଷ୍ଠ ଲୋକପ୍ରିୟ ଚଳଚ୍ଚିତ୍ର ପୁରସ୍କାର
• ହିନ୍ଦୀ ଚଳଚ୍ଚିତ୍ର ‘ପ୍ୟାଡମ୍ୟାନ’କୁ ସାମାଜିକ ପ୍ରସଙ୍ଗରେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର
• ‘ଉରି : ଦ ସର୍ଜିକାଲ ଷ୍ଟ୍ରାଇକ’ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ଜିତିଲେ ଆଦିତ୍ୟ ଧର
• ଆୟୁଷ୍ମାନ ଖୁରାନ୍ନା ଓ ଭିକି କୌଶାଲ ଯୁଗ୍ମ ଭାବେ ପାଇବେ ଶ୍ରେଷ୍ଠ ଅଭିନେତା ପୁରସ୍କାର
• ତେଲଗୁ ଚଳଚ୍ଚିତ୍ର ‘ମହାନତି’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ କୀର୍ତି ସୁରେଶ ମନୋନିତ
• ପରିବେଶ ସଂରକ୍ଷଣ କ୍ଷେତ୍ରରେ ମରାଠୀ ଚଳଚ୍ଚିତ୍ର ‘ପାନି’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର
• ଜାତୀୟ ଏକତା ଉପରେ କନ୍ନଡ ଚଳଚ୍ଚିତ୍ର ‘ଓଣ୍ଡାଲ୍ଲା ଏରାଡାଲ୍ଲା’କୁ ଶ୍ରେଷ୍ଠ ଫିଚର ଚଳଚ୍ଚିତ୍ର ଭାବେ ନର୍ଗିସ ଦତ ପୁରସ୍କାର ଦିଆଯିବାକୁ ଘୋଷଣା
• ଉତରାଖଣ୍ଡ ସବୁଠୁ ଚଳଚ୍ଚିତ୍ର ଅନୁକୂଳ ରାଜ୍ୟ

ନୂଆଦିଲ୍ଲୀ, ୦୯ ଅଗଷ୍ଟ – ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ଫିଚର ଫିଲ୍ମ ବର୍ଗରେ ଅଧ୍ୟକ୍ଷ ଶ୍ରୀ ରାହୁଲ ରାୱେଲ, ଅଣ ଫିଚର ଫିଲ୍ମ ବର୍ଗରେ ଅଧ୍ୟକ୍ଷ ଶ୍ରୀ ଏଏସ କନଲ, ଚଳଚ୍ଚିତ୍ର ରଚନା ବର୍ଗରେ ଅଧ୍ୟକ୍ଷ ଶ୍ରୀ ଉତ୍ପଳ ବୋରପୂଜାରୀ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରିଥିଲେ । ଏଥିପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକରଙ୍କୁ ଅଧ୍ୟକ୍ଷଗଣ ଏବଂ ଅନ୍ୟ ବିଚାରକମଣ୍ଡଳୀ ସଦସ୍ୟମାନେ ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ରିପୋର୍ଟ ପ୍ରଦାନ କରିଥିଲେ ।
ଗୁଜରାଟୀ ଚଳଚ୍ଚିତ୍ର ‘ହେଲାରୋ’କୁ ଶ୍ରେଷ୍ଠ ଫିଚର ଚଳଚ୍ଚିତ୍ର ପୁରସ୍କାର ଦିଆଯିବାକୁ ଘୋଷଣା କରାଯାଇଛି । ସେହିପରି ହିନ୍ଦୀ ଚଳଚ୍ଚିତ୍ର ‘ବଧାଇ ହୋ’କୁ ସାମଗ୍ରୀକ ମନୋରଞ୍ଜନଧର୍ମୀ ଶ୍ରେଷ୍ଠ ଲୋକପ୍ରିୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ । ହିନ୍ଦୀ ଚଳଚ୍ଚିତ୍ର ‘ପ୍ୟାଡମ୍ୟାନ’ ସାମାଜିକ ପ୍ରସଙ୍ଗ ଉପରେ ନିର୍ମିତ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଜାତୀୟ ପୁରସ୍କାର ପାଇବା ଲାଗି ହକଦାର ହୋଇଛି । ଅନ୍ୟପକ୍ଷରେ କନ୍ନଡ଼ ଚଳଚ୍ଚିତ୍ର ‘ଓଣ୍ଡାଲା ଏରାଡାଲ୍ଲା’କୁ ଜାତୀୟ ଏକତା ଉପରେ ନିର୍ମିତ ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ନର୍ଗିସ ଦତ ପୁରସ୍କାର ପ୍ରଦାନ କରାଯିବା ଲାଗି ଘୋଷଣା କରାଯାଇଛି । ‘ଉରି : ଦ ସର୍ଜିକାଲ ଷ୍ଟ୍ରାଇକ’ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିବା ଆଦିତ୍ୟ ଧର ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଜାତୀୟ ପୁରସ୍କାର ଲାଗି ମନୋନିତ ହୋଇଛନ୍ତି ।
ଏଥର ଦୁଇ ଜଣଙ୍କୁ ଯୁଗ୍ମ ଭାବେ ଶ୍ରେଷ୍ଠ ଅଭିନେତା ପୁରସ୍କାର ଦିଆଯିବ । ଏହି ଦୁଇ ଅଭିନେତା ହେଲେ ‘ଅନ୍ଧାଧୁନ’ ଚଳଚ୍ଚିତ୍ର ପାଇଁ ଆୟୁଷ୍ମାନ ଖୁରାନ୍ନା ଏବଂ ‘ଉରି : ଦ ସର୍ଜିକାଲ ଷ୍ଟ୍ରାଇକ’ ପାଇଁ ଭିକି କୌଶାଲ । ଅପରପକ୍ଷରେ ତେଲଗୁ ଚଳଚ୍ଚିତ୍ର ‘ମହାନତି’ ପାଇଁ କୀର୍ତି ସୁରେଶ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇବେ । ମରାଠି ଚଳଚ୍ଚିତ୍ର ‘ନାଲ’କୁ ନିର୍ଦ୍ଦେଶକଙ୍କ ଶ୍ରେଷ୍ଠ ପଦାର୍ପଣ ଚଳଚ୍ଚିତ୍ର ଭାବେ ଇନ୍ଦିରା ଗାନ୍ଧୀ ପୁରସ୍କାର ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି । ଅନୁରୂପ ଭାବେ ପରିବେଶ ସଂରକ୍ଷଣ କ୍ଷେତ୍ରରେ ମରାଠୀ ଚଳଚ୍ଚିତ୍ର ‘ପାନି’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ ।
ଏହାବ୍ୟତୀତ ଉତରାଖଣ୍ଡକୁ ଚଳଚ୍ଚିତ୍ର ସୁଟିଂ ପାଇଁ ସବୁଠୁ ଅନୁକୂଳ ରାଜ୍ୟ ଭାବେ ଘୋଷଣା କରାଯାଇଛି । କନ୍ନଡ ଭାଷାରେ ନିର୍ମିତ ‘ସରକାରୀ ହିରିୟା ପ୍ରାଥମିକା ଶାଲେ କାସାରଗୋଡୁ’କୁ ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ । ମରାଠୀ ଚଳଚ୍ଚିତ୍ର ‘ଚୁମ୍ବକ’ ପାଇଁ ସ୍ୱନନ୍ଦ କିରକିରେଙ୍କୁ ଶ୍ରେଷ୍ଠ ସହ ଅଭିନେତା ପୁରସ୍କାର ଲାଗି ଚୟନ କରାଯାଇଛି । ହିନ୍ଦୀ ଚଳଚ୍ଚିତ୍ର ‘ବଧାଇ ହୋ’ ପାଇଁ ସୁରେଖା ସିକ୍ରି, କନ୍ନଡ଼ ଚଳଚ୍ଚିତ୍ର ‘ଓଣ୍ଡାଲା ଏରାଡାଲ୍ଲା’ ଲାଗି ପିଭି ରୋହିତ, ପଞ୍ଜାବୀ ଚଳଚ୍ଚିତ୍ର ‘ହରଜିତା’ ପାଇଁ ସମଦୀପ ସିଂ ଶ୍ରେଷ୍ଠ ସହ ଅଭିନେତ୍ରୀ ପୁରସ୍କାର ପାଇବେ ।

ହିନ୍ଦୀ ଚଳଚ୍ଚିତ୍ର ‘ପଦ୍ମାବତ’ରେ ଥିବା ଗୀତ ‘ବିନତେ ଦିଲ ମିସ୍ରିୟା ମେଁ’ ପାଇଁ ଅରିଜିତ ସିଂ ଏବଂ କନ୍ନଡ଼ ଚଳଚ୍ଚିତ୍ର ‘ନତିଚରମୀ’ର ଗୀତ ‘ମାୟାବୀ ମାନବେ’ ପାଇଁ ବିନ୍ଦୁ ମାଳିନୀଙ୍କୁ ଯଥାକ୍ରମେ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ ଓ ଗାୟିକା ପୁରସ୍କାର ପ୍ରଦାନ କରାଯିବ । ହିନ୍ଦୀ ଚଳଚ୍ଚିତ୍ର ‘ଉରି : ଦ ସର୍ଜିକାଲ ଷ୍ଟ୍ରାଇକ’ ପାଇଁ ଶାଶ୍ୱତ ସଚ୍ଚଦେବଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଦିଆଯିବ । ଲୋକପ୍ରିୟ କନ୍ନଡ଼ ଚଳଚ୍ଚିତ୍ର ‘କେଜିଏଫ’କୁ ସ୍ପେଶାଲ ଇଫେକ୍ଟସ ପାଇଁ ଜାତୀୟ ପୁରସ୍କାର ଦିଆଯିବ । ସେହିପରି ‘ପଦ୍ମାବତ’ର ‘ଘୁମର’ ଗୀତରେ ନୃତ୍ୟ ନିର୍ଦ୍ଦେଶନା ଲାଗି କୃତି ମହେଶ ମିଦ୍ୟା ଏବଂ ଜ୍ୟୋତି ତୋମାର ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶକ ପୁରସ୍କାର ପାଇବା ଲାଗି ମନୋନିତ ହୋଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ମନୋରଞ୍ଜନ