Connect with us

ମନୋରଞ୍ଜନ

ନନ୍ଦନକାନନରେ ନୂଆ ଅତିଥି – ଆନାକୋଣ୍ଡା

ସାଙ୍କେତିକ

ନନ୍ଦନକାନନରେ ନୂଆ ଅତିଥି
– ଚେନ୍ନାଇରୁ ଆସିଲେ ୮ ଆନାକୋଣ୍ଡା , ୩ ନାଇଲ କୁମ୍ଭୀର
ଭୁବନେଶ୍ୱର, ୨୨ ଅକ୍ଟୋବର – ନନ୍ଦନକାନନକୁ ଚେନ୍ନାଇରୁ ଆଠଟି ହଳଦିଆ ଆନାକୋଣ୍ଡା ସମେତ ତିନୋଟି ନାଇଲ୍ କୁମ୍ଭୀର ଅଣାଯାଇଛି । ନନ୍ଦନକାନନ କର୍ତୃପକ୍ଷଙ୍କ କହିବା ଆନୁଯାୟୀ ଆଠଟିରୁ ପାଂଚଟି ମାଇ ଆନାକୋଣ୍ଡା ଥିବା ବେଳେ ୨ ଟି ପୁରୁଷ ଆନାକୋଣ୍ଡା ରହିଛି ଏବଂ ଗୋଟିଏର ଲିଙ୍ଗ ନିରୂପଣ କରାଯାଇନାହିଁ । ଏମାନଙ୍କୁ ଆଣିବା ପାଇଁ ନନ୍ଦନକାନନର କର୍ମଚାରୀ ମାନଙ୍କୁ ୭ ଦିନ ଲାଗିଲା । ବାଟରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରାଯାଇଥିଲା । ନନ୍ଦନକାନନରେ ପହଂଚିବା ପରେ ମଧ୍ୟ ବିଶେଷଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ପରୀକ୍ଷା କରାଯିବ । ପରୀକ୍ଷା ରିପୋର୍ଟ ମିଳିବା ପରେ ପର୍ଯ୍ୟଟକ ମାନେ ତାଙ୍କୁ ଦେଖିବାର ସୁଯୋଗ ପାଇବେ ବୋଲି ସମ୍ପୃକ୍ତ କର୍ତୃପକ୍ଷ ସୂଚନା ଦେଇଛନ୍ତି ।
ଏହି ଆନାକୋଣ୍ଡା ଏବଂ ନାଇଲ କୁମ୍ଭୀର ମାନଙ୍କର ରହିବା ପାଇଁ ଯେଉଁ ପରିବେଶର ଆବଶ୍ୟକତା ରହିଛି ସେ ସମ୍ପର୍କରେ ଅନୁଧ୍ୟାନ କରିବାପାଇଁ ନନ୍ଦନ କାନନର କର୍ତୃପକ୍ଷ ଯାଇଥିଲେ । ସେହି ଭଳି ପରିବେଶ ଏଠାରେ ସେମାନଙ୍କ ପାଇଁ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ମନୋରଞ୍ଜନ