Connect with us

ମନୋରଞ୍ଜନ

ଚିରନିଦ୍ରାରେ କଣ୍ଠଶିଳ୍ପୀ ଚିତ୍ତ ଜେନା

ସାଙ୍କେତିକ ଚିତ୍ର

ଚିରନିଦ୍ରାରେ କଣ୍ଠଶିଳ୍ପୀ ଚିତ୍ତ ଜେନା
ଭୁବନେଶ୍ୱର,୧୩ା୧୧ : ଓଡ଼ିଆ ସଙ୍ଗୀତ ଜଗତର ଜଣାଶୁଣା ନାମ, ପ୍ରଥିତଯଶା କଣ୍ଠଶିଳ୍ପୀ ଚିତ୍ତ ଜେନା ଆଉ ନାହାନ୍ତି । ଆଜି କଟକର ଏକ ଘରୋଇ ହସ୍ପିଟାଲରେ ଶ୍ରୀ ଜେନା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସିନେମା ଓ ସଂଗୀତର ଏହି ଲୋକପ୍ରିୟ ଗାୟକଙ୍କର ୭୮ବର୍ଷ ବୟସରେ ରାତି ୨ଟା ସମୟରେ ପରଲୋକ ଘଟିଛି ।

କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କର ଦୁଇ ବର୍ଷ ତଳେ ଓପନ୍ ହାର୍ଟ ସର୍ଜରି କରାଯାଇଥିଲା । ତାଙ୍କର ମୃତ୍ୟୁଶଯ୍ୟା ନିକଟରେ ଜାମାତା ତଥା ଅଭିନେତା ମିହିର ଦାସ, ଦୁଇ ପୁଅ ସୁଚନ୍ଦନ, ସୁନନ୍ଦନ, ନାତି ଅମ୍ଲାନ, ଅକ୍ଲାନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ଲବ୍ଧ ପ୍ରତିଷ୍ଠିତ ସଙ୍ଗୀତ ନିର୍ଦ୍ଦେଶକ ଅକ୍ଷୟ ମହାନ୍ତି, ପ୍ରଫୁଲ୍ଲ କର, ଭୁବନ-ହରି, ଉପେନ୍ଦ୍ର କୁମାରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ବହୁ ଲୋକପ୍ରିୟ ଗୀତରେ ସେ କଣ୍ଠଦାନ କରିଥିଲେ ।

ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର, ପୂଜା କାହିଁ ପୂଜା, ରୁପ ହୋଇଥିବ ଲାବଣ୍ୟବତୀ, ଢାଳିଦିଅ ସାରା ଧରଣୀରେ ଆଜି, ଦେଖି ବଣ ମଲ୍ଲୀ, ଏ ବନ ଝରଣା, ନଯାରେ ନଯା ଗୋରୀ ବୋଲି ଯାତରା ଦେଖି, ମାଣିକ, ଆଲୋ ଆଲୋ ମାଣିକ, ପ୍ରିୟା ବିନା ଝୁରେ ଆଜି, ହାଏରେ ମୋତେ କାଳିଆ ନାଗ ଝାଙ୍କି ଦେଲାରେ, ଏ ପରବତ କୁଞ୍ଚି କୁଞ୍ଚିକା ଆଦି ଶହଶହ ଲୋକପ୍ରିୟ ସଙ୍ଗୀତକୁ ନିଜର ଯାଦୁକରୀ କଣ୍ଠରେ ତୋଳି ଧରିବା ସହିତ ହଜାର ହଜାର ଓଡ଼ିଆଙ୍କ ମନପ୍ରାଣକୁ ସମ୍ମୋହିତ କରି ରଖିଥିବା କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କ ପରଲୋକରେ ଓଡ଼ିଶା ସଙ୍ଗୀତ ଜଗତର ଅପୁରଣୀୟ କ୍ଷତି ଘଟିଲା ବୋଲି ମତ ପ୍ରକାଶ ପାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ମନୋରଞ୍ଜନ