Connect with us

ମନୋରଞ୍ଜନ

ହାଉସଫୁଲ ୪ ର ଟ୍ରେଲର ରିଲିଜ୍

ସାଙ୍କେତିକ

ହାଉସଫୁଲ ୪ ର ଟ୍ରେଲର ରିଲିଜ୍

ମୁମ୍ବାଇ, ୨୭ ସେପ୍ଟେମ୍ବର – ଅକ୍ଷୟ କୁମାରଙ୍କ ମଲ୍ଟି ଷ୍ଟାରର ଫିଲ୍ମ ହାଉସଫୁଲ -୪ ର ଟ୍ରେଲର ରିଲିଜ୍ ହୋଇସାରିିଛି । ଟ୍ରେଲରରେ ଅକ୍ଷୟ କୁମାରଙ୍କ ସମେତ ରିତେଶ ଦେଶମୁଖ , ବବି ଦେଓଲ , ରାଣା ଦଗ୍ଗୁବାତି , କୃତୀ ସାନନ , କୃତି ଖରବନ୍ଧା ଓ ପୂଜା ହେଗଡେଙ୍କୁ ଦେଖିବାକୁ ମିଳିଛି । ଫିଲ୍ମରେ ନବାଜୁଦ୍ଦିନ୍ ସିଦ୍ଦିକି ଓ ଚଙ୍କି ପାଣ୍ଡେଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ୨୦୧୦ରୁ ଆରମ୍ଭ ହୋଇଥିବା ହାଉସ୍ ଫୁଲ ସିରିଜ୍ ର ଚତୁର୍ଥ ଫିଲ୍ମକୁ ଫରହାଦ୍ ସମଜୀ ନିର୍ଦ୍ଦେଶନା ଦେଇଛନ୍ତି । ପ୍ରତି ସିରିଜ୍ ରେ ନୂଆ ନୂଆ କାହାଣି ନେଇ ଆସୁଥିବା ହାଉସଫୁଲ ୪ ପୂର୍ନଜନ୍ମ କୁ ତିଆରି କରାଯାଇଛି । ଟେଲରରୁ ଜଣାଯାଉଛି ଯେ ଫିଲ୍ମ ଟି ମସ୍ତି , ମଜାକ୍ ରେ ଭରପୁର । ଆସନ୍ତା ୨୫ ଅକ୍ଟୋବରରେ ଏହି ଫିଲ୍ମ ଟି ରିଲିଜ୍ ହେବ  । ସାଜିଦ୍ ନାଡିୟାଡୱାଲା ଏହାର ନିର୍ମାତା ରହିଛନ୍ତି । ସିନେ ସମୀକ୍ଷକ ତରନ ଆଦର୍ଶ ଏହାର ଟ୍ରେଲରକୁ ଟ୍ୱିଟ୍ କରିଛନ୍ତି । ଫିଲ୍ମର କାହାଣୀ ଅନୁଯାୟୀ ଅକ୍ଷୟ କୁମାର ଲଣ୍ଡନରେ ରୁହନ୍ତି ଯେ କି ୬୦୦ ବର୍ଷ ପୂର୍ବେ ରାଜକୁମାର ଥିଲେ । ତାଙ୍କୁ ପୂର୍ବ ଜନ୍ମ ମନେ ପଡିବା ପରେ ସେ ନିଜ ସାଙ୍ଗ ମାନଙ୍କ ସହ ମିଶି ଏହାର ସମାଧାନ କରିବା ସହ ନିଜ ଭଲ ପାଇବାକୁ କିଭଳି ପାଉଛନ୍ତି ତାହାକୁ ନେଇ ଗତିଶୀଳ ହେବ ଫିଲ୍ମର କାହାଣୀ ।

Click to comment

Leave a Reply

Your email address will not be published. Required fields are marked *

More in ମନୋରଞ୍ଜନ