Connect with us

ଦେଶ

କୋଚିର ଆନ୍ତର୍ଜାତିକ ବିମାନ ବନ୍ଦର ଅଗଷ୍ଟ ୧୮ ତାରିଖ ପର୍ଯ୍ୟନ୍ତ ବିମାନ ଚଳାଚଳ ବନ୍ଦ ରହିବ

କୋଚିର ଆନ୍ତର୍ଜାତିକ ବିମାନ ବନ୍ଦର ଅଗଷ୍ଟ ୧୮ ତାରିଖ ପର୍ଯ୍ୟନ୍ତ ବିମାନ ଚଳାଚଳ ବନ୍ଦ ରହିବ

କୋଚି : କୋଚିର ଆନ୍ତର୍ଜାତିକ ବିମାନ ବନ୍ଦର ଅଗଷ୍ଟ ୧୮ ତାରିଖ ପର୍ଯ୍ୟନ୍ତ ବିମାନ ଚଳାଚଳ ବନ୍ଦ ରହିବ ବୋଲି ସରକାର ଘୋଷଣା କରିଛନ୍ତି। ବିମାନ ବନ୍ଦର ଚାରିପଟେ ବନ୍ୟାଜଳ ଜମି ଥିବାରୁ ବୁଧବାର ଦିନ ସେଠାରେ ବିମାନ ଉଡ଼ାଣ ଓ ଅବରତଣକୁ ବାତିଲ କରିଦିଆଯାଇଛି । ଅଗଷ୍ଟ ୧୮ ତାରିଖ ଅପରାହ୍ଣ ୨ଟା ଯାଏଁ ବିମାନ ଚଳାଚଳ ବନ୍ଦ ରହିବ। କୋଚି ବିମାନ ବନ୍ଦର ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ‘ଆମେ ବର୍ଷା ଜଳ ନିଷ୍କାସନ ଲାଗି ଉଦ୍ୟମ ଜାରି ରଖିଛୁ। ଆମକୁ ଏ ଦିଗରେ ସାହାଯ୍ୟ କରନ୍ତୁ।’ ଉଲ୍ଲେଖଯୋଗ୍ୟ କି ବୁଧବାର ସକାଳେ ବିମାନ ବନ୍ଦର କର୍ତ୍ତୃପକ୍ଷ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ବିମାନ ଚଳାଚଳ ବନ୍ଦ ଲାଗି ଘୋଷଣା କରିଥିଲେ। ପରେ ଏହାକୁ ଅଗଷ୍ଟ ୧୮ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ