Connect with us

ଖେଳ

ଅଲମ୍ପିକ୍ ଯୋଗ୍ୟତା ମ୍ୟାଚରେ ମହିଳା ହକି ଦଳ ବିଜୟୀ

ସାଙ୍କେତିକ

ଅଲମ୍ପିକ୍ ଯୋଗ୍ୟତା ମ୍ୟାଚରେ ମହିଳା ହକି ଦଳ ବିଜୟୀ
ଭୁବନେଶ୍ୱର, ୦୧ ନଭେମ୍ବର – ଟୋକିଓ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଭାରତୀୟ ମହିଳା ହକି ଦଳ ଆମେରିକାକୁ ଏକତରଫା ଭାବେ ୫-୧ ଗୋଲରେ ପରାସ୍ତ କରିଛି ।

ଭୁବେନଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ମୁକାବିଲାରେ ଭାରତୀୟ ମହିଳା ଦଳର ଗୁରଜିତ କୌର ଦୁଇଟି ଗୋଲ୍ ଦେଇଥିବା ବେଳେ ଓଡିଆ ଝିଅ ଲିଲିମା ମିଞ୍ଜ, ଶର୍ମିଲା ଦେ ଓ ସଲିମା ଟେଟେ ପ୍ରତ୍ୟେକ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଛନ୍ତି ।

ମ୍ୟାଚର ପ୍ରଥମ କ୍ୱାର୍ଟରରେ ଉଭୟ ଦଳ ପରସ୍ପରକୁ ଟକ୍କର ଦେଇଥିଲେ । ଦୁଇ ଦଳର ଖେଳାଳି ଗୋଲ୍ ଦେବାରେ ସଫଳ ହୋଇପାରିନଥିଲେ । ଦ୍ୱିତୀୟ କ୍ୱାର୍ଟର ଶେଷ ହେବା ବେଳକୁ ଓଡିଆ ଝିଅ ଲିଲିମା ମିଞ୍ଜ ୨୯ତମ ମିନିଟରେ ଗୋଲ୍ ଦେଇ ଘରୋଇ ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ । ଭାରତ ପାଇଁ ଦ୍ୱିତୀୟ ଗୋଲ୍ ଶର୍ମିଲା ଦେବୀ ୪୦ତମ ମିନିଟରେ ଦେଇଥିଲେ । ୪୨ ତମ ମିନିଟରେ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଗୁରଜିତ କୌର ଗୋଲରେ ପରିଣତ କରି ଭାରତକୁ ୩-୦ରେ ଆଗୁଆ କରିଥିଲେ ।

ଅନ୍ୟପକ୍ଷେ ଆମେରିକା ମ୍ୟାଚକୁ ଫେରିବାକୁ ସଂଘର୍ଷ ଜାରି ରଖିଥିଲା । ଏହା ମଧ୍ୟରେ ୪୬ତମ ମିନିଟରେ ସଲିମା ଦର୍ଶନୀୟ ଗୋଲ୍ ଦେଇ ଭାରତକୁ ୪-୦ରେ ଅଗ୍ରଣୀ କରାଇଥିଲେ । ଭାରତ ପକ୍ଷରୁ ପଂଚମ ଗୋଲ ଗୁରଜିତ କୌର ଦେଇଥିଲେ । ଏହି ଗୋଲ୍ ପେନାଲ୍ଟି ଷ୍ଟ୍ରୋକ୍ ଜରିଆରେ ହୋଇଥିଲା । ବିପକ୍ଷ ଦଳରୁ ୫୪ ତମ ମିନିଟରେ ଇରିନ ମତସନ ଏକ ମାତ୍ର ଗୋଲ୍ ଦେବାରେ ସକ୍ଷମ ହୋଇଥିଲେ ।

ଉଭୟ ଦଳ ଶନିବାର ପୁଣି ଥରେ ମୁହାଁମୁହିଁ ହେବେ । ଯଦି ଭାରତୀୟ ମହିଳା ଦଳ ଏହି ମୁକାବିଲା ଜିତି ଯାଏ ତେବେ ତୃତୀୟ ଥର ସିଧାସଳଖ ଅଲମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିବ ।

Click to comment

Leave a Reply

Your email address will not be published. Required fields are marked *

More in ଖେଳ