Connect with us

ଦେଶ

ଦେଶରେ ଏକକାଳୀନ ନିର୍ବାଚନ ସମ୍ଭବ ନୁହେଁ : ନିର୍ବାଚନ ଆୟୋଗ

ଦେଶରେ ଏକକାଳୀନ ନିର୍ବାଚନ ସମ୍ଭବ ନୁହେଁ : ନିର୍ବାଚନ ଆୟୋଗ
ନୂଆଦିଲ୍ଲୀ,୧୪ା୮ : ଗୋଟିଏ ପଟେ ଭାରତୀୟ ଜନତା ପାର୍ଟି ଦେଶରେ ଏକା ସାଙ୍ଗରେ ନିର୍ବାଚନକୁ ସଫଳ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଥିବା ବେଳେ ନିର୍ବାଚନ ଆୟୋଗ କିନ୍ତୁ ଏହାକୁ ଅସମ୍ଭବ ବୋଲି କହିଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀ ଓ ପି ରାୱତ କହିଛନ୍ତି କି ଏହା ବର୍ତ୍ତମାନ ପରିସ୍ଥିତିରେ ସମ୍ଭବ ନୁହେଁ । ବିଜେପି ଅଧ୍ୟକ୍ଷ ଅମିତ ଶାହା ଏହି ମାମଲାରେ ବିଧି ଆୟୋଗକୁ ପତ୍ର ଲେଖି ମାମଲାକୁ ଗରମ କରିଛନ୍ତି । କିନ୍ତୁ ଯଦି ନିର୍ବାଚନକୁ ପର୍ଯ୍ୟାୟକ୍ରମେ କରାଯିବ ତେବେ କିଛି ରାଜ୍ୟରେ ଏକକାଳୀନ ଲୋକସଭା ଏବଂ ବିଧାନସଭା ନିର୍ବାଚନ ସମ୍ଭବପର ହେବ ବୋଲି ଆୟୋଗ କହିଛନ୍ତି । ନିର୍ବାଚନ ଆୟୋଗ ଆହୁରି ମଧ୍ୟ କହିଛନ୍ତି କି, ଦେଶର ପ୍ରଥମ ଚାରୋଟି ନିର୍ବାଚନ ଏକା ସଙ୍ଗେ ହୋଇଥିଲା । ଯଦି ନିୟମରେ ସଂଶୋଧନ, ପର୍ଯ୍ୟାପ୍ତ ପରିମାଣର ଇଭିଏମ୍ ଏବଂ ସୁରକ୍ଷାକର୍ମୀ ମୁତୟନ ଠିକ ଭାବେ ହୋଇପାରିବ ତେବେ ଏହା ସମ୍ଭବ । ଏହାସହ ଆୟୋଗ ସ୍ପଷ୍ଟ ଭାବେ ଆଇନରେ ସଂଶୋଧନ ବିନା ଏକକାଳୀନ ନିର୍ବାଚନ ସମ୍ଭବପର ନୁହେଁ ବୋଲି କହିଛନ୍ତି । କେନ୍ଦ୍ର ସରକାର ଆଗାମୀ ଲୋକସଭା ନିର୍ବାଚନ ସହ ୧୧ଟି ରାଜ୍ୟରେ ବିଧାନସଭା ନିର୍ବାଚନ କରିବା ପାଇଁ ପ୍ରୟାସ କରୁଛନ୍ତି । ସାରା ଦେଶରେ ଏକକ ନିର୍ବାଚନ କଷ୍ଟକର ବୋଲି କହିଛନ୍ତି ଆୟୋଗ । ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ପି ରାୱତ ଏକକ ନିର୍ବାଚନ ସମ୍ବନ୍ଧରେ ୨୦୧୫ରେ ସରକାରଙ୍କୁ କିଛି ପ୍ରସ୍ତାବ ଦେଇଥିଲେ । ଏଥିପାଇଁ ସମ୍ବିଧାନ ଏବଂ ଜନ ପ୍ରତିନିଧି ସମ୍ବନ୍ଧିୟ ନିୟମର ସଂଶୋଧନ କରିବାର ଆବଶ୍ୟକତା ରହିଛି । ସଂଶୋଧନ ପରେ ଅନ୍ୟ ଦରକାରୀ ଜିନିଷ ତଥା ଇଭିଏମ୍ ଏବଂ ସୁରକ୍ଷାକର୍ମୀ ପର୍ଯ୍ୟାପ୍ତ ପରିମାଣରେ ଯୋଗଦେଲେ ଏକ ସଂଙ୍ଗେ ନିର୍ବାଚନ ସମ୍ଭବପର ହୋଇପାରିବ । ୧୯୬୭ ମସିହା ପର୍ଯ୍ୟନ୍ତ ହୋଇଥିବା ପ୍ରଥମ ଚାରୋଟି ନିର୍ବାଚନ ଏକସଙ୍ଗେ ହୋଇଥିଲା । କିନ୍ତୁ ବର୍ତ୍ତମାନର ପରିସ୍ଥିତି ସେ ସମୟଠାରୁ ଭିନ୍ନ ଥିବା ଆୟୁକ୍ତ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ