Connect with us

ଖେଳ

ଆନ୍ତର୍ଜାତୀୟ କ୍ରିକେଟ୍ ରୁ ଅବସର ନେଲେ ଯୁବରାଜ

ସାଙ୍କେତିକ

ଆନ୍ତର୍ଜାତୀୟ କ୍ରିକେଟ୍ ରୁ ଅବସର ନେଲେ ଯୁବରାଜ
ମୁମ୍ବାଇ , ୧୦ ଜୁନ୍ – ଆନ୍ତର୍ଜାତୀୟ କ୍ରିକେଟ୍ ରୁ ଅବସର ଘୋଷଣା କରିଛନ୍ତି ଯୁବରାଜ ସିଂହ । ସୋମବାର ମୁମ୍ବାଇର ସାଉଥ ହୋଟେଲ୍ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅବସର ନେଇ ଯୁବରାଜ ଘୋଷଣା କରିଛନ୍ତି । ଅବସର ଘୋଷଣା ବେଳେ ସେ କହିଛନ୍ତି ଯେ କ୍ରିକେଟ୍ ମତେ ବହୁତ କିଛି ଶିଖଇଛି । ଉତଥାନ ଶିଖାଇଛି ପତନ ବି ଶିଖାଇଛି । ସଂଘର୍ଷର ସାମ୍ନା କରିବା ମଧ୍ୟ କ୍ରିକେଟ୍ ଶିଖାଇଛି । ଖେଳ ପାଇଁ ମୁଁ ନିଜ ରକ୍ତ ଦେଇଛି । ଏବେ କ୍ରିକେଟ୍ ରୁ ବିଦାୟ ନେବାର ସମୟ ପହଂଚିସାରିଛି ବୋଲି ସେ କହିଛନ୍ତି ।
୨୦୧୧ ବିଶ୍ୱ କପ୍ ଓ ୨୦୦୭ ଟି-୨୦ ବିଶ୍ୱ କପ୍ ରେ ଚମକ୍ରାର ପ୍ରଦର୍ଶନ କରିଥିବା ଯୁବରାଜ ୨୦୧୯ ବିଶ୍ୱକପ୍ ଖେଳିବାକୁ ଚାହୁଁଥିଲେ । ତେବେ ଖରାପ ଫର୍ମ ଓ ଫିଟନେସ୍ କାରଣରୁ ତାଙ୍କର ଏହି ସ୍ୱପ୍ନ ପୂରଣ ହୋଇପାରିଲା ନାହିଁ । ୩୭ ବର୍ଷୀୟ ଯୁବରାଜ ସିଂହ ତାଙ୍କର ଶେଷ ଦିନିକିଆ ମ୍ୟାଚ୍ ୨୦୧୭ ଜୁନ୍ ୩୦ ତାରିଖରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିଥିଲେ । ସେହିଭଳି ସେ ତାଙ୍କ ଶେଷ ଟି-ଟ୍ୱେଂଟି ମ୍ୟାଚ୍ ୨୦୧୭ ଫେବ୍ରୁଆରୀ ୧ ତାରିଖରେ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ । ୨୦୧୨ରେ ଇଂଲଣ୍ଡ ବିପକ୍ଷରେ ସେ ଶେଷ ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ ।
୧୯୮୧ ଡିସେମ୍ବର ୧୨ରେ ଚଣ୍ଡିଗଡ ଠାରେ ଜନ୍ମ ହୋଇଥିବା ଯୁବରାଜ ସିଂହ ୨୦୦୩ରୁ ୨୦୧୭ ମଧ୍ୟରେ ଭାରତ ପାଇଁ ୪୦ଟି ଟେଷ୍ଟ୍, ୩୦୪ଟି ଦିନିକିଆ ଓ ୫୮ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ୨୦୦୭ରେ ଖେଳା ଯାଇଥିବା ପ୍ରଥମ ଟି-ଟ୍ୱନ୍ତି ବିଶ୍ୱକପ୍ ରେ ଭାରତ ବିଜୟୀ ହୋଇଥିଲା । ଏଥିରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଏକ ମ୍ୟାଚ୍ ରେ ଯୁବରାଜ ଷ୍ଟୁଆର୍ଟ ବ୍ରୋଡ୍ଙ୍କ ଏକ ଓଭରରେ ୬ଟି ବଲରେ ୬ଟି ଛକ୍କା ମାରି ରେକର୍ଡ ସୃଷ୍ଟି କରିଥିଲେ । ସେ ୪୦ଟି ଟେଷ୍ଟ୍ ଖେଳି ୧୯୦୦ ରନ୍ କରିଥିବା ବେଳେ ୩୦୪ଟି ଦିନିକିଆରୁ ୮୭୦୧ ରନ୍ ସଂଗ୍ରହ କରିଛନ୍ତି । ସେହିଭଳି ୫୮ଟି ଟି- ୨୦ ଖେଳି ସେ ୧,୧୭୭ ରନ୍ କରିଛନ୍ତି । ଯୁବରାଜ ସିଂହ ୨୦୧୧ ବିଶ୍ୱକପ୍ ରେ ସେ ୪ ଥର ମ୍ୟାନ୍ ଅଫ୍ ଦ ମ୍ୟଚ୍ ହେବା ସହିତ ପ୍ଲେୟର ଅଫ୍ ଦ ଟୁର୍ଣ୍ଣାମେଂଟ୍ ହୋଇଥିଲେ । ବିଶ୍ୱକପ୍ ରେ ଯୁବରାଜ ୩୬୨ ରନ୍ କରିବା ସହିତ ୧୫ଟି ୱିକେଟ୍ ନେଇଥିଲେ । ତେବେ ବିଶ୍ୱକପ୍ ପରେ ଯୁବରାଜ କ୍ୟାନ୍ସରରେ ପୀଡ଼ିତ ଥିବା ଜଣାପଡ଼ିଥିଲା । ଏଥିପାଇଁ ସେ ଆଉ ଖେଳି ପାରିବେ ନାହିଁ ବୋଲି ଚର୍ଚ୍ଚା ହେଉଥିବା ବେଳେ ଚିକିତ୍ସା ପରେ ସୁସ୍ଥ ହୋଇ ସେ ପୁଣି ଗ୍ରାଉଣ୍ଡକୁ ଓହ୍ଲାଇଥିଲେ ।
ଆନ୍ତର୍ଜାତୀୟ କ୍ରିକେଟ୍ ବ୍ୟତୀତ ଯୁବରାଜ ଆଇପିଏଲ୍ ରେ ୨୦୧୪ରେ ରୋୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୨୦୧୫ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ୨୦୧୬ରେ ସନରାଇଜର୍ସ ହାଇଦ୍ରାବାଦ୍ ପକ୍ଷରୁ ସେ ଖେଳିଥିଲେ ।
୨୦୧୨ରେ ଭାରତ ସରକାର ତାଙ୍କୁ ଅର୍ଜୁନ୍ ପୁରସ୍କାରରେ ସମ୍ମାନିତ କରିଥିଲେ । ୨୦୧୪ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଖେଳ