Connect with us

ଖେଳ

ଟିମ୍ ଇଣ୍ଡିଆକୁ ତୃତୀୟ ଝଟକା: ବିଶ୍ୱକପ୍ ରୁ ଆଉଟ୍ ହେଲେ ବିଜୟ ଶଙ୍କର , ମୟଙ୍କଙ୍କୁ ସୁଯୋଗ

ସାଙ୍କେତିକ

ଟିମ୍ ଇଣ୍ଡିଆକୁ ତୃତୀୟ ଝଟକା: ବିଶ୍ୱକପ୍ ରୁ ଆଉଟ୍ ହେଲେ ବିଜୟ ଶଙ୍କର , ମୟଙ୍କଙ୍କୁ ସୁଯୋଗ
ଇଂଲଣ୍ଡ , ୦୧ ଜୁଲାଇ – ଆଇସିସି କ୍ରିକେଟ୍ ୱାର୍ଲ୍ଡ କପ୍ ପାଇଁ ଇଂଲଣ୍ଡ ଗସ୍ତରେ ଥିବା ଟିମ୍ ଇଣ୍ଡିଆରେ ଆହତ ସମସ୍ୟା ସମସ୍ୟା ଲାଗି ରହିଛି । ଗୋଇଠିରେ ଆଘାତ ଲାଗିଥିବାରୁ ଭାରତୀୟ ଅଲରାଉଣ୍ଡର ବିଜୟ ଶଙ୍କର ବିଶ୍ୱକପ୍ ରୁ ବାଦ୍ ପଡିଛନ୍ତି । ତେବେ ବିଶ୍ୱ କପ୍ ରେ ଖରାପ୍ ପ୍ରଦର୍ଶନ ଯୋଗୁଁ ବିଜୟଙ୍କୁ ବାଦ୍ ଦିଆଯାଇଥିବା ଆଲୋଚନା ହେଉଛି । ତାଙ୍କ ବଦଳରେ ମୟଙ୍କ୍ ଶର୍ମାଙ୍କୁ ଡକରା ଆସିଛି । ଆସନ୍ତାକାଲି ଭାରତ ଓ ବାଂଲାଦେଶ ମଧ୍ୟରେ ଟକ୍କର ହେବାକୁ ଯାଉଥିବା ବେଳେ ମୟଙ୍କ କାଲି ହିଁ ଲଣ୍ଡନରେ ପହଂଚିବେ । ତେଣୁ ସେ ଏହି ମ୍ୟାଚ୍ ରେ ଖେଳିବାର ସମ୍ଭାବନା କ୍ଷୀଣ ରହିଛି ।
ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ପୂର୍ବରୁ ସେ ଅଭ୍ୟାସ୍ ବେଳେ ଗୋଇଠିରେ ଆଘାତ ପାଇଥିଲେ । ଏହି କାରଣ ପାଇଁ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ରିଷଭ ପନ୍ତଙ୍କୁ ସୁଯୋଗ ଦିଆଯାଇଥିଲା । ସ୍କାନ ହେବା ପରେ ବିଜୟ ଶଙ୍କରଙ୍କ ଆଘାତ ଗୁରୁତର ଥିବାରୁ ତାଙ୍କୁ ବିଶ୍ୱକପ୍ ରୁୁ ସଂପୂର୍ଣ୍ଣରୂପେ ବାଦ ଦିଆଯାଇଛି ।
ପୂର୍ବରୁ ଆଘାତ ସମସ୍ୟା କାରଣରୁ ଓପନର ଶିଖର ଧୱାନ ଓ ଭୁବନେଶ୍ୱର କୁମାରଙ୍କୁ ବିଶ୍ୱକପ୍ ରୁ ବାଦ୍ ଦିଆଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଖେଳ