Connect with us

Uncategorized

୨ ଶିଶୁଙ୍କ ସଲୀଳ ସମାଧି l

୨ ଶିଶୁଙ୍କ ସଲୀଳ ସମାଧି l

୨ ଶିଶୁଙ୍କ ସଲୀଳ ସମାଧି

ପାଟକୁରା,୧୨ା୯ : ଗରଦପୁର ବ୍ଲକ ନ୍ତର୍ଗତ ତେଣ୍ଡାକୁଡା ପଞ୍ଚାୟତର ନରଡା ଗ୍ରାମର ୨ ଜଣ ଶିଶୁଙ୍କର ପାଇକା ନଦୀରେ ସଳିଳ ସମାଧି ହୋଇଯାଇଛି ।

ଖବର ନେବାରୁ ଜଣାଯାଇଛି ଯେ, ଏହି ଗ୍ରାମର କୁମ୍ବର ସାହିରେ ମୁକ୍ତିକାନ୍ତ ବେହେରାଙ୍କ ୩ ବର୍ଷର ପୁଅ ଅନୁଭବ ଓ ରତିକାନ୍ତ ବେହେରାଙ୍କ ୩ ବର୍ଷର ଝିଅ ପୂଜା ଆଜି ପ୍ରାୟ ପୁର୍ବହ୍ନ ୧୧ ଟା ସମୟରେ ଘର ବାହାରେ ସାଥିହୋଇ ଖେଳୁଥିଲେ । କିଛି ସମୟପରେ ଉଭୟପରିବାରର ସଦସ୍ୟମାନେ ପିଲା ଦୁଇଜଣଙ୍କୁ ଖୋଜା ଖୋଜି କରି ପାଇନଥିଲେ । ଘର ପାଖରେ ନିକଟରେ ଥିବା ପାଇକା ନଦୀ କୂଳକୁ କାଳେ ପଳାଇଯାଇଥିବେ ଭାବି ଖୋଜା ଖୋଜି କରିଥିଲେ । ପିଲା ଦୁଇଜଣଙ୍କୁ ଖୋଜି ଖୋଜି ନପାଇ ଉଭୟପରିବାର ମନସ୍ଥାପରେ ଥିବା ବେଳେ ଅନୁଭବ ଓ ପୂଜା ଘରର ଅନତୀ ଦୂରରେ ନଦୀକୂଳରେ ଭାସୁଥିବାର ଖବର ପାଇଲେ ।

ପରିବାର ଲୋକ ଦୁଇପିଲାଙ୍କୁ ତୁରନ୍ତ ରଘୁନାଥପୁର ଡାକ୍ତରଖାନାକୁ ନେଇଯାଇଥିଲେ । ଡାକ୍ତର ଉଭୟପିଲାଙ୍କୁ ପରିକ୍ଷା ନିରିକ୍ଷା କରି ମୃତ ଘୋଷଣା କରିଥିଲେ । ପିଲା ଦୁଇଜଣଙ୍କ ମୃତ୍ୟୃରେ ସ୍ଥାୟୀୟ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି । ଖବରପାଇଁ କେନ୍ଦ୍ରାପଡା ପ୍ଲବିକ ସ୍କୁଲର ପ୍ରତିଷ୍ଠାତା ତଥା ସମାଜ ସେବୀ ଅଧ୍ୟାପକ ଅଜୟ କୁମାର ରାଉତ ଉଭୟ ପରିବାରଙ୍କ ଘରେ ପହଞ୍ଚି ସାନ୍ତନା ପ୍ରଦାନ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in Uncategorized