କେନ୍ଦ୍ରୀୟ ଜିଏସ୍ଟି ଭୁବନେଶ୍ୱର ଜୋନର ଚିଫ୍ କମିଶନରଙ୍କ ଅର୍ଥମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ
ଭୁବନେଶ୍ୱର ୩୧ ଜାନୁଆରୀ- କେନ୍ଦ୍ରୀୟ ଦ୍ରବ୍ୟ ଓ ସେବା କର ଏବଂ କେନ୍ଦ୍ର ଏକ୍ସାଇଜ୍ ଓ କଷ୍ଟମସ୍, ଭୁବନେଶ୍ୱର ଜୋନର ନବନିଯୁକ୍ତ ଚିଫ୍ କମିଶନର ଶ୍ରୀ ନରେଶ ପେନୁମାକା ଗୁରୁବାର ସଚିବାଳୟଠାରେ ଅର୍ଥ, ଅବକାରୀ, କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ଶଶିଭୁଷଣ ବେହେରାଙ୍କ ସହ ସୌଜନ୍ୟମୂଳକ
ସାକ୍ଷାତ କରିଛନ୍ତି ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରାଙ୍କ ସହିତ ରାଜ୍ୟରେ ଜିଏସ୍ଟିର କାର୍ଯ୍ୟାନ୍ୱୟନ ସଂପର୍କରେ ଆଲୋଚନା ହୋଇଥିଲା । ରାଜ୍ୟରେ ଜିଏସ୍ଟି ଆଦାୟର ହାରକୁ ବୃଦ୍ଧି କରିବା ସହିତ ଜିଏସ୍ଟି ରିଟର୍ଣ୍ଣ ଫାଇଲରେ ଉନ୍ନତି ଆଣିବା ଦିଗରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ଜିଏସ୍ଟି ମିଳିତ ଭାବରେ କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ଶ୍ରୀ ବେହେରା ପରାମର୍ଶ ଦେଇଥିଲେ ।
ଏହି ଅବସରରେ କେନ୍ଦ୍ର ଜିଏସ୍ଟିର ଅତିରିକ୍ତ କମିଶନର ଶ୍ରୀ ସନ୍ତୋଷ ମହାନ୍ତି, ରାଜ୍ୟ ଜିଏସ୍ଟି ସେଲର ଅତିରିକ୍ତ କମିଶନର ଶ୍ରୀ ସହଦେବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ବାଣିଜ୍ୟ
କେନ୍ଦ୍ରୀୟ ଜିଏସ୍ଟି ଭୁବନେଶ୍ୱର ଜୋନର ଚିଫ୍ କମିଶନରଙ୍କ ଅର୍ଥମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ
More in ବାଣିଜ୍ୟ
-
ରାଜ୍ୟରେ ଦୀପାବଳୀ ରଙ୍ଗାରଙ୍ଗ ଆତସବାଜୀରେ ଝଲସୁଛି І
ଭୁବନେଶ୍ୱର – ଦୀପାବଳି ଜମୁଛି І ରଙ୍ଗ ବେରଂଗ ଆଲୋକମାଳା ଓ ଢ଼ୋ ଢା ଶବ୍ଦରେ ଲୋକମାନେ ପାଳୁଛନ୍ତି...
-
ତିନି ଜ୍ୟେତିର୍ଲିଙ୍ଗକୁ ସଂଯୋଗ କରୁଥିବା ରେଳ ସେବାକୁ ପ୍ରଧାନମନ୍ତ୍ରୀ ସବୁଜ ପତାକା ଦେଖାଇଲେ
ତିନି ଜ୍ୟେତିର୍ଲିଙ୍ଗକୁ ସଂଯୋଗ କରୁଥିବା ରେଳ ସେବାକୁ ପ୍ରଧାନମନ୍ତ୍ରୀ ସବୁଜ ପତାକା ଦେଖାଇଲେ ବାରଣାସୀ, ୧୬ ଫେବୃୟାରୀ –...
-
ବଢିଲା ବସ୍ ଭଡା
ବଢିଲା ବସ୍ ଭଡା ଭୁବନେଶ୍ୱର, ୦୬ ଜାନୁଆରୀ – ରାଜ୍ୟ ସରକାର ସୋମବାର ବସ୍ ଭଡା ବୃଦ୍ଧି କରିଛନ୍ତି...
-
୮ରୁ ଏମଏସଏମଇ ଟ୍ରେଡ୍ ଫେୟାର
୮ରୁ ଏମଏସଏମଇ ଟ୍ରେଡ୍ ଫେୟାର ଭୁବନେଶ୍ୱର, ୦୬ ଜାନୁଆରୀ – ଆସନ୍ତା ୮ ତାରିଖରେ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆ...