Connect with us

ବାଣିଜ୍ୟ

କେନ୍ଦ୍ରୀୟ ଜିଏସ୍ଟି ଭୁବନେଶ୍ୱର ଜୋନର ଚିଫ୍ କମିଶନରଙ୍କ ଅର୍ଥମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ

ସାଙ୍କେତିକ

କେନ୍ଦ୍ରୀୟ ଜିଏସ୍ଟି ଭୁବନେଶ୍ୱର ଜୋନର ଚିଫ୍ କମିଶନରଙ୍କ ଅର୍ଥମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ
ଭୁବନେଶ୍ୱର ୩୧ ଜାନୁଆରୀ- କେନ୍ଦ୍ରୀୟ ଦ୍ରବ୍ୟ ଓ ସେବା କର ଏବଂ କେନ୍ଦ୍ର ଏକ୍ସାଇଜ୍ ଓ କଷ୍ଟମସ୍, ଭୁବନେଶ୍ୱର ଜୋନର ନବନିଯୁକ୍ତ ଚିଫ୍ କମିଶନର ଶ୍ରୀ ନରେଶ ପେନୁମାକା ଗୁରୁବାର ସଚିବାଳୟଠାରେ ଅର୍ଥ, ଅବକାରୀ, କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ଶଶିଭୁଷଣ ବେହେରାଙ୍କ ସହ ସୌଜନ୍ୟମୂଳକ
ସାକ୍ଷାତ କରିଛନ୍ତି ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରାଙ୍କ ସହିତ ରାଜ୍ୟରେ ଜିଏସ୍ଟିର କାର୍ଯ୍ୟାନ୍ୱୟନ ସଂପର୍କରେ ଆଲୋଚନା ହୋଇଥିଲା । ରାଜ୍ୟରେ ଜିଏସ୍ଟି ଆଦାୟର ହାରକୁ ବୃଦ୍ଧି କରିବା ସହିତ ଜିଏସ୍ଟି ରିଟର୍ଣ୍ଣ ଫାଇଲରେ ଉନ୍ନତି ଆଣିବା ଦିଗରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ଜିଏସ୍ଟି ମିଳିତ ଭାବରେ କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ଶ୍ରୀ ବେହେରା ପରାମର୍ଶ ଦେଇଥିଲେ ।
ଏହି ଅବସରରେ କେନ୍ଦ୍ର ଜିଏସ୍ଟିର ଅତିରିକ୍ତ କମିଶନର ଶ୍ରୀ ସନ୍ତୋଷ ମହାନ୍ତି, ରାଜ୍ୟ ଜିଏସ୍ଟି ସେଲର ଅତିରିକ୍ତ କମିଶନର ଶ୍ରୀ ସହଦେବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ବାଣିଜ୍ୟ