Connect with us

ବାଣିଜ୍ୟ

ଶୀତ ପାଇଁ ….ଜ୍ୟାକେଟର ଟ୍ରେଣ୍ଡ୍

ସାଙ୍କେତିକ

ଶୀତ ପାଇଁ ….ଜ୍ୟାକେଟର ଟ୍ରେଣ୍ଡ୍
ଏବର ଯୁବତୀମାନେ ନିଜ ଷ୍ଟାଇଲ୍ ଏବଂ ଲୁକକୁ ନେଇ ବେଶ୍ ତତ୍ପର । ତେଣିକି ପାଣିପାଗ ଯାହା ବି ହୋଇଥାଉ ନା କାହିଁକି । ଶୀତଋତୁରେ ବି ସେମାନେ ନିଜ ଷ୍ଟାଇଲ୍ ଷ୍ଟେଟମେଣ୍ଟ୍କୁ ଆଦୌ ଭୁୂଲିନାହାନ୍ତି । ଏ ଦିନେ ଜ୍ୟାକେଟ୍ ପିନ୍ଧିବାକୁ ଝିଅମାନେ ଖୁବ୍ ପସନ୍ଦ କରନ୍ତି । ଏଣୁ ମାର୍କେଟକୁ ଆସିଛି କିଛି ଷ୍ଟାଇଲିଶ୍ ଜ୍ୟାକେଟ୍ ।
ଡେନିମ୍ ଜ୍ୟାକେଟ୍: ସିମ୍ପଲ୍, ଷ୍ଟାଇଲିଶ୍ ଏବଂ ରଫ୍ ଆଣ୍ଡ ଟଫ୍ ଲୁକ୍ ପାଇଁ ଡେନିମ୍ ଜ୍ୟାକେଟ୍ ସବୁଠୁୂ ଭଲ ଅପ୍ସନ୍ । ଡେନିମରେ ନୀଳ, କଳା ଏବଂ ଅଫ୍ ହ୍ୱାଇଟ୍ ରଙ୍ଗ ବେଶ୍ ଚାହିଦାରେ ରହିଛି । ଏହାକୁ ପିନ୍ଧିଲେ ଭିଡ଼ ଭିତରୁ ଅଲଗା ବାରିହୋଇ ପଡ଼ିବେ ।
ଲେଦର୍ ଜ୍ୟାକେଟ୍: କାହିଁ କେଉଁ କାଳରୁ ଲେଦର୍(ଚମଡ଼ା) ଜ୍ୟାକେଟର ଟ୍ରେଣ୍ଡ୍ ଦେଖିବାକୁ ମିଳୁଛି । ଏହା କେବେ ବି ଆଉଟ୍ ଅଫ୍ ଫ୍ୟାଶନ୍ ହୋଇନାହିଁ । ବୁୂଟ୍ ସହ ଏହାର କମ୍ବିନେସନ୍ ବେଶ୍ ସୁନ୍ଦର ଦିଶିଥାଏ ।
ଫ୍ରିଜ୍ ଜ୍ୟାକେଟ୍: ଏଥରର ଶୀତରେ କିଛି ଅଲଗା ଫ୍ୟାଶନ୍ ଷ୍ଟାଇଲ୍ ଟ୍ରାଏ କରିବାକୁ ଚାହୁଁଥିଲେ, ଫ୍ରିଜ୍ ଜ୍ୟାକେଟ୍ ଉତ୍ତମ ବିକଳ୍ପ ରହିବ ।
ବମ୍ବର୍ ଜ୍ୟାକେଟ୍: ବମ୍ବର୍ ଜ୍ୟାକେଟ୍କୁ ଆପଣ ଆଧୁନିକ ଏବଂ ପାରମ୍ପରିକ ଉଭୟ ଆଉଟ୍ଫିଟ୍ ସହ ଟ୍ରାଏ କରିପାରିବେ ।

Click to comment

Leave a Reply

Your email address will not be published. Required fields are marked *

More in ବାଣିଜ୍ୟ