Connect with us

ବାଣିଜ୍ୟ

ବଢିଲା ବସ୍ ଭଡା

ସାଙ୍କେତିକ

ବଢିଲା ବସ୍ ଭଡା
ଭୁବନେଶ୍ୱର, ୦୬ ଜାନୁଆରୀ – ରାଜ୍ୟ ସରକାର ସୋମବାର ବସ୍ ଭଡା ବୃଦ୍ଧି କରିଛନ୍ତି । ଅର୍ଡିନାରି ଓ ଏକ୍ସପ୍ରେସ୍ ବସ୍ ଭଡା କିଲୋମିଟର ପ୍ରତି ୧ ପଇସା ବୃଦ୍ଧି ପାଇଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ୍ କିଲୋମିଟର ପ୍ରତି ୨ ପଇସା ଲେଖାଏଁ ବୃଦ୍ଧି ପାଇଛି । ଅର୍ଡିନାରି ବସ୍ ଭଡା କିଲୋମିଟର ପ୍ରତି ୬୯ ପଇସାରୁ ୭୦ ପଇସାକୁ ବୃଦ୍ଧି ପାଇଥିବା ବେଳେ ଏକ୍ସପ୍ରେସ୍ ବସ୍ ଭଡା ୭୨ ପଇସାରୁ ୭୩ ପଇସାକୁ ବୃଦ୍ଧି ପାଇଛି । ସେହିପରି ଡିଲକ୍ସ ବସ୍ ଭଡା କିମି ପ୍ରତି ୯୯ ପଇସା ରହିଥିବା ବେଳେ ବର୍ତମାନ ଏହା ୧ ଟଙ୍କା ୧ ପଇସାକୁ ବୃଦ୍ଧି ପାଇଛି ଏବଂ ଏସି ଡିଲକ୍ସ ବସ୍ ଭଡା ୧ ଟଙ୍କା ୨୧ ପଇସାରୁ ୧ ଟଙ୍କା ୨୩ ପଇସାକୁ ବୃଦ୍ଧି ପାଇଛି ।

ତୈଳ ଦର ବୃଦ୍ଧି ଘଟିଥିବାରୁ ଅଟୋମେଟିକ୍ ମେକାନେଜିମ୍ ମାଧ୍ୟମରେ ବସ୍ ଭଡା ବୃଦ୍ଧି ପାଇଥିବା ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ବାଣିଜ୍ୟ