Connect with us

ଦେଶ

ରାଫାଲ ବିମାନ କିଣା ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଆଦେଶନାମା ଜାରି

ସାଙ୍କେତିକ

ରାଫାଲ ବିମାନ କିଣା ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଆଦେଶନାମା ଜାରି

– ରାଫାଲ ନଥିକୁ ଦେଖିବା ଲାଗି ସ୍ଥିର କରିଛନ୍ତି ସୁପ୍ରିମକୋର୍ଟ
ଭୁବନେଶ୍ୱର,୧୦ ଅପ୍ରେଲ – ୩୬ଟି ରାଫାଲ ବିମାନ କିଣା ମାମଲାରେ ଏପ୍ରିଲ ୧୦, ୨୦୧୯ ତାରିଖ ଦିନ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏକ ଆଦେଶନାମା ଜାରି କରାଯାଇଛି ।
ଏହି ରିଭ୍ୟୁ ପିଟିସନରେ, ଆବେଦନକାରୀମାନେ ଏଭଳି ନଥି ଉପରେ ନିର୍ଭରଶୀଳ ହୋଇଛନ୍ତି, ଯେଉଁଥିରୁ କେତେକକୁ ଜନସାଧାରଣଙ୍କ ଅବଗତି ନିମନ୍ତେ ଉପସ୍ଥାପନ କରାଯାଇପାରିନଥିଲା । କେନ୍ଦ୍ର ସରକାର ଏଥିରେ ବିରୋଧାଭାଷ ପ୍ରକଟ କରିଥିଲେ ଯେ ଯେତେବେଳେ ଉଚ୍ଚତମ ନ୍ୟାୟାଳୟ ଏହି ରିଭ୍ୟୁ ପିଟିସନ ଉପରେ ବିଚାର କରୁଛନ୍ତି, ସେହିସବୁ ନଥିପତ୍ର ଗୁପ୍ତ ହୋଇଥିବାରୁ ତାହାକୁ ବିଚାରକୁ ନେବା ଉଚିତ ହେବନାହିଁ ।
ସୁପ୍ରିମକୋର୍ଟଙ୍କ ପକ୍ଷରୁ ଆଜି ଜାରି କରାଯାଇଥିବା ଆଦେଶନାମାରେ, ମାନ୍ୟବର ଅଦାଲତ ରିଭ୍ୟୁ ପିଟିସନ ଉପରେ ବିଚାର କଲାବେଳେ ସେହିସବୁ ନଥିକୁ ଦେଖିବା ଲାଗି ସ୍ଥିର କରିଛନ୍ତି । ଏହି ରିଭ୍ୟୁ ପିଟିସନ ଏବେ ବିଚାରଧୀନ ରହିଛି ଏବଂ ତାହା ଉପରେ ଶୁଣାଣି କରାଯିବାକୁ ଏବେସୁଦ୍ଧା ବାକି ଅଛି । ସୁପ୍ରିମକୋର୍ଟ ଡିସେମ୍ବର ୧୪, ୨୦୧୮ ତାରିଖ ଦିନ ଏକ ନ୍ୟାୟସଂଗତ ରାୟ ଏବଂ ଆଦେଶନାମାରେ ରିଟ ପିଟିସନକୁ ଖାରଜ କରିଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ