Connect with us

ଦେଶ

ତିନି ଜ୍ୟେତିର୍ଲିଙ୍ଗକୁ ସଂଯୋଗ କରୁଥିବା ରେଳ ସେବାକୁ ପ୍ରଧାନମନ୍ତ୍ରୀ ସବୁଜ ପତାକା ଦେଖାଇଲେ

ସାଙ୍କେତିକ

ତିନି ଜ୍ୟେତିର୍ଲିଙ୍ଗକୁ ସଂଯୋଗ କରୁଥିବା ରେଳ ସେବାକୁ ପ୍ରଧାନମନ୍ତ୍ରୀ ସବୁଜ ପତାକା ଦେଖାଇଲେ
ବାରଣାସୀ, ୧୬ ଫେବୃୟାରୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ନିଜର ସଂସଦୀୟ କ୍ଷେତ୍ର ବାରଣାସୀରୁ ଆରମ୍ଭ ହେଉଥିବା ତିନି ଜ୍ୟୋତିର୍ଲିଙ୍ଗକୁ ସଂଯୋଗ କରୁଥିବା କାଶୀ ମହାକାଳ ଏକ୍ସପ୍ରେସକୁ ଭିଡ଼ିଓ ଲିଙ୍କ ମାଧ୍ୟମରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନ୍ ସପ୍ତାହରେ ତିନି ଦିନ ଚାଲିବ । ଯାତ୍ରୀ ମାନଙ୍କ ପାଇଁ ଏହି ଟ୍ରେନର ନିୟମିତ ସେବା ଫେବୃୟାରୀ ୨୦ରୁ ଆରମ୍ଭ ହେବ ।
ଇଣ୍ଡିଆନ ରେଲୱେ କେଟରିଂ ଏଣ୍ଡ ଟୁରିଜିଂ କର୍ପୋରେସନ ଅଧୀନରେ କାଶୀ ମହାକାଳ ଏକ୍ସପ୍ରେସର ପରିଚାଳନା ଦାୟିତ୍ୱ ଦିଆଯାଇଅଛି । ଏଥିରେ ହମସଫର ରେକର ବ୍ୟବହାର କରାଯାଇଥିବାରୁ ଏହା ଆକର୍ଷଣୀୟ ହୋଇପାରିଛି । ଆଇ.ଆର.ସି.ଟି.ସି ବିଭିନ୍ନ ଧାର୍ମିକ, ସାଂସ୍କୃତିକ ଏବଂ ପର୍ଯ୍ୟଟନସ୍ଥଳ ଯେପରିକି, କାଶୀ, ଅଯୋଧ୍ୟା, ପ୍ରୟାଗ, ସାଂଚି, ଭୋପାଳ, ଓମକାରେଶ୍ୱର, ଭୀମ ବଟେକା ଓ ଇନ୍ଦୋର ପାଇଁ ଟୁର୍ ପ୍ୟାକେଜ ନେଇ ଆସିଛି । ଏହି ପ୍ୟାକେଜ ଆଇଆରସିଟିସି ର ୱେବ୍‌ସାଇଟ୍ ଓ ମୋବାଇଲ୍ ଆପ୍ ମାଧ୍ୟମରେ ଅନଲାଇନ ଜରିଆରେ ବୁକ୍ କରାଯାଇପାରିବ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ