Connect with us

ଅପରାଧ

ସ୍ପଷ୍ଟ ଦିବା ଲୋକରେ ଫୁଟିଲା ଗୁଳି – ଯୁବ ବିଜେଡି ନଗର ସଭାପତିଙ୍କ ଗୁଳିମାଡରେ ବାପ ପୁଅ ଗୁରୁତର

ସାଙ୍କେତିକ ଚିତ୍ର

ସ୍ପଷ୍ଟ ଦିବା ଲୋକରେ ଫୁଟିଲା ଗୁଳି
ଯୁବ ବିଜେଡି ନଗର ସଭାପତିଙ୍କ ଗୁଳିମାଡରେ ବାପ ପୁଅ ଗୁରୁତର
ଘଟଣାସ୍ଥଳରୁ ୨ ଜୀବନ୍ତ ଗୁଳି, ପିସ୍ତଲ ଜବତ, ଦୋକାନ ବଜାର ବନ୍ଦ
ଜୟପୁର,୨୫ା୯ : ଜୟପୁର ସହରର ଜନଗହଳିପୂର୍ଣ୍ଣ ସ୍ଥାନ ରଜାନହର ଛକ ଠାରେ ଆଜି ଗୁଳି ଫୁଟିଛି । ଜୟପୁର ଟାଉନ ଯୁବ ବିଜେଡି ସଭାପତି ବିକାଶ ପାତ୍ରଙ୍କ ଗୁଳିମାଡରେ ସନ୍ତୋଷ ନାୟକ(୨୬) ଗୁରୁତର ହୋଇଥିବା ବେଳେ ତାଙ୍କର ଅନ୍ୟ କେତେକଙ୍କ ସହଯୋଗୀଙ୍କ ଆକ୍ରମଣରେ ସନ୍ତୋଷଙ୍କ ବାପା ନରେନ୍ଦ୍ର ନାୟକ ମଧ୍ୟ ଗୁରୁତର ହୋଇଛନ୍ତି । ଘଟଣା ପରେ ଅଭିଯୁକ୍ତମାନେ ସେଠାରୁ ଫେରାର୍ ହୋଇଯାଇଛନ୍ତି ।

ସୂଚନା ଅନୁଯାୟୀ, ଆଜି ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏ ସମୟରେ ନରେନ୍ଦ୍ର ପୁଅ ସନ୍ତୋଷ ସହିତ ଏକ ବାଇକ୍ ଯୋଗେ କୌଣସି କାମରେ ଯାଉଥିବା ବେଳେ ୮ ଜଣ ଦୁର୍ବୃତ ରଜାନଅର ନିକଟରେ ସେମାନଙ୍କ ଉପରକୁ ଅତର୍କିତ ଭାବେ ଗୁଳିଚାଳନା କରିଥିଲେ । ଏହି ଆକ୍ରମଣରେ ସନ୍ତୋଷର ପିଠିରେ ଗୁଳି ବାଜିଥିବା ବେଳେ ବାପା ନରେନ୍ଦ୍ର ଦୁର୍ବୃତଙ୍କ ପଥର ମାଡରେ ଗୁରୁତର ହୋଇଥିଲେ । ଘଟଣା ଘଟାଇ ଅଭିଯୁକ୍ତମାନେ ସେଠାରୁ ଫେରାର୍ ହୋଇଯାଇଛନ୍ତି । ଘଟଣାସ୍ଥଳରୁ ପୋଲିସ ୨ଟି ଜୀବନ୍ତ ଗୁଳି , ପିସ୍ତଲ, ବାଇକ୍ ଜବତ କରିଛି । ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଭୟ ଓ ଆତଙ୍କର ବାତାବରଣ ଖେଳିଯାଇଥିଲା । ସ୍ଥାନୀୟ ଲୋକ ମାନେ ଦୋକାନ ବଜାର ବନ୍ଦ କରିଦେଇଥିଲେ ।

ପ୍ରକାଶ ଥାଉ କି, ଗତକାଲି ଜୟପୁର ଟାଉନ ଯୁବ ବିଜେଡି ସଭାପତି ବିକାଶ ପାତ୍ରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଦୁର୍ବୃତ । ସ୍ଥାନୀୟ ମାଦଳା ସାହି ଛକ ଠାରେ ୭ ରୁ ଅଧିକ ଦୁର୍ବୃତ ୧୦ ଟି ବାଇକରେ ଆସି ବିକାଶକୁ ଆକ୍ରମଣ କରିଥିଲେ । ଫଳରେ ବିକାଶ ଗୁରୁତର ହୋଇପଡିଥିଲେ । ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ମଧ୍ୟ ମେଡିକାଲ ଯାଇ ବିକାଶ ସହ ଆଲୋଚନା କରି ଫେରିଥିଲେ । ବିକାଶର ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିଥିଲା । ବିକାଶଙ୍କୁ ଏମାନେ ଆକ୍ରମଣ କରିଥିବା ସନ୍ଦେହ କରି ଆଜି ବିକାଶ ପ୍ରତିଶୋଧ ପରାୟଣ ହୋଇ ପାଲଟା ଆକ୍ରମଣ କରିଥିଲେ ।

ଏହି ଆକ୍ରମଣ ବିକାଶ ଓ ତାଙ୍କର ସହଯୋଗି ମାନଙ୍କ ଦ୍ୱାରା ହୋଇଥିବା ନେଇ ନରେନ୍ଦ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବାପା ନରେନ୍ଦ୍ର ରକ୍ତାକ୍ତ ହୋଇଥିବା ବେଳେ ପୁଅ ଗୁରୁତର ହୋଇପଡିଛନ୍ତି । ସ୍ଥାନୀୟ ଲୋକେ ବାପ ଓ ପୁଅଙ୍କୁ ଜୟପୁର ମେଡିକାଲରେ ଭର୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇ ଉଭୟଙ୍କୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ଏଏସପି ଭି.ଆର ରାଓ, ଏସଡିପିଓ ପ୍ରତ୍ୟୁଷ ଦିବାକର, ଟାଉନ ଥାନା ଅଧିକାରି ବାଲେଶ୍ୱର ଗିଧି, ସଦର ଥାନା ଅଧିକାରୀ କୈଳାଶ ସେଠି, ଏସଆଇ ଶିବଶଙ୍କର ସାହୁଙ୍କ ସହ ପୋଲିସ ଟିମ୍ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି

। ଦୁଇଟି ପରିବାର ଗୋଡିଆ ଧୋବା ସାହିରେ ରହୁଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି ଘଟଣା ଘଟିଥିବା ନେଇ ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ