Connect with us

ଅପରାଧ

ରାଜୀବ ଆବାସ ଯୋଜନା କେଳେଙ୍କାରୀ -୧

File Pic


ଘର ହାତେଇବା ପାଇଁ ରାଜନୀତି ଆରମ୍ଭ
ଭୁବନେଶ୍ୱର : ବସ୍ତି ବାସିନ୍ଦାଙ୍କ ପାଇଁ ଉଦିଷ୍ଟ ରାଜୀବ ଆବାସ ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଇଁ ନହୋଇ ଏହା ଶାସକ ଦଳ କର୍ମୀଙ୍କ ପାଇଁ ତୁଷ୍ଟି କାରଣ ଯୋଜନାରେ ରୂପାନ୍ତରିତ ହୋଇ ଯାଇଛି l ଜଣେ ଜଣେ ବ୍ୟକ୍ତିର ପୁଅ ,ଝିଅ .ଜ୍ୱାଇଁ ଓ ସମୁଦୀ ସମୁଦୁଣୀ ଅର୍ଥାତ ସମସ୍ତ ବନ୍ଧୁବାନ୍ଧବଙ୍କ ନାମରେ 15/16 ଟା ଘର ଚଂଚକତା କରି ହାତେଇ ଥିବାବେଳେ ପ୍ରକୃତ ହିତାଧିକାରୀ ବାରଦୁଆର ଶୁଣ୍ଢୀ ପିଣ୍ଢା ହଉଛନ୍ତି l ସରକାର ବଣ୍ଟନ ଓ ଚିହ୍ନଟ ଦାୟିତ୍ୱ ନିଜ ହାତରେ ନରଖି ଏଜେନ୍ସି ମାଧ୍ୟମରେ କରାଇବା କେତେଦୂର ଯୁକ୍ତି ଯୁକ୍ତ ? ସରକାରୀ କର୍ମଚାରୀ ମଧ୍ୟ ଘର ହାତେଇଛନ୍ତି l ବର୍ତମାନ ଏହାକୁନେଇ ରାଜନୀତି ଜୋର ଧରିଥିବା ବେଳେ ନିରାଶ ହିତାଧିକାରୀ ମାନଙ୍କ ଅବସ୍ଥା ଅଭାବନିୟ ଅବସ୍ଥା ସୃଷ୍ଟି କରିଛି l ସରକାରୀ କର୍ମଚାରୀମାନେ ଦୁର୍ନୀତି କୁ ପ୍ରଶ୍ରୟ ଦେଇ ହାତ ଚିକ୍କଣ କରୁଛନ୍ତି l ଘର ପାଇଥିବା ବ୍ୟକ୍ତି ମାନେ ନିଜ ଘରକୁ ଯାଇସାରିଲା ପରେ ପୁଣି କିଛି ଗରିବ ଓ ଦିନ ମଜୁରିଆଙ୍କୁ ନିଜ ବସ୍ତିରେ ଥିବା ପୁରୁଣା ଘରକୁ ଭଡାରେ ଲଗାଉଛନ୍ତି l କିଛି ହିତାଧିକାରୀ ମାନେ ଗରିବ ବା ବସ୍ତି ବାସିନ୍ଦାର ଦ୍ୱାହି ଦେଇ ଭୁବନେଶ୍ୱର ରେ ବିଭିନ୍ନ ଜାଗାରେ ସରକାରଙ୍କ ଥଇଥାନ ନୀତିର ଲାଭ ଉଠାଇ ଏକାଧିକ ସ୍ଥାନ ଓ ଘର ଅକ୍ତିଆର କରିଛନ୍ତି l ରାଜୀବ ଆବାସ ଯୋଜନା ମାଧ୍ୟମରେ ଯୋଗାଯାଉଥିବା ଫ୍ଲାଟ ଘର ଗୁଡିକ ଏକ ବଖରା ବିଶିଷ୍ଟ ହୋଇଥିବାବେଳେ, କିଛି ହିତାଧିକାରୀ ପୁଅ ଝିଅଙ୍କ ନାମରେ ଚଂଚକତା ପୂର୍ବକ ହାତେଇ ସରିଲାପରେ ମଝି କାନ୍ଥ ଗୁଡିକୁ ଭାଙ୍ଗି ଫ୍ଲାଟ କୁ ଫ୍ଲାଟ ମିଶାଇ ଭବ୍ୟ ଗୃହ ବନାଉଛନ୍ତି l ଶୀତତାପ ନିୟନ୍ତ୍ରିତ ଗୃହ ଓ ସାଜ ସଜ୍ଜାକୁ ଦେଖିଲେ ଯେକୌଣସି ବ୍ୟକ୍ତିର ଆଖି ଖୋସି ହୋଇଯିବ l ଭୁବନେଶ୍ୱର ରେ ଥିବା ବଡବଡିଆ ଓ ଆଇଏସ ,ଆଇପିଏସ ମାନେ ପରିଦର୍ଶନ କଲେ ଭିତର ଭବ୍ୟ ସାଜସଜ୍ଜା କୁ ଦେଖି ନିଜକୁ ଲଜ୍ଜିତ ଅନୁଭବ କରିବେ l ଯଦି ସେମାନେ ଆର୍ଥିକ ଅନର୍ଗ୍ରସର ତେବେ ତେବେ ଆର୍ଥିକ ସ୍ୱଚ୍ଛଳତା ର ପରିଭାଷା କଣ ?…..କ୍ରମଶଃ l

 

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ