Connect with us

ଓଡିଶା

“ପାଣ୍ଡିଆନଙ୍କ ପାଇଁ ଭାଗଚାଷୀ ଆଇନ କାର୍ଯ୍ୟକାରୀ ହୋଇପାରିନି’- ଦାମ

ସାଙ୍କେତିକ ଚିତ୍ର

“ପାଣ୍ଡିଆନଙ୍କ ପାଇଁ ଭାଗଚାଷୀ ଆଇନ କାର୍ଯ୍ୟକାରୀ ହୋଇପାରିନି’- ଦାମ
ଭୁବନେଶ୍ୱର,୨୫ା୯: ପ୍ରସ୍ତାବିତ ଭାଗଚାଷୀ ଆଇନ କାର୍ଯ୍ୟକାରୀ ନ ହୋଇପାରିବା ଲାଗି ପାଣ୍ଡିଆନ୍ ଦାୟୀ ବୋଲି କହିଛନ୍ତି ବରିଷ୍ଠ ନେତା ଡା. ଦାମୋଦର ରାଉତ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡା. ରାଉତ କହିଛନ୍ତି ଯେ, ଭାଗଚାଷୀ ଆଇନ କାର୍ଯ୍ୟକାରୀ କମିଟିରେ ସେ ସଦସ୍ୟ ଥିବା ବେେଳେ ୨୦୧୭ ମସିହା ସେପ୍ଟେମ୍ବର ୧୭ ତାରିଖରେ ଆଇନ ପାଇଁ ଅଧ୍ୟାଦେଶ ନିଷ୍ପତି ହୋଇଥିଲା । ମାତ୍ର ଏହା କ’ଣ ପାଇଁ ହେଲାନି ବୋଲି ସେ ମହେଶ୍ୱର ମହାନ୍ତିଙ୍କୁ ପଚାରିଥିଲି ।

ସେ କହିଥିଲେ ଦାମ ଭାଇ, କାହିଁକି ଏଥିରେ ଆମେ ପଶିବା, ପାଣ୍ଡିଆନ୍ ମନା କରୁଛନ୍ତି । ସେହିପରି ମନ୍ତ୍ରୀ ସୂର୍ଯ୍ୟ ପାତ୍ର କହିଥିଲେ, ସାର୍ ମନା କରିଛନ୍ତି ଏବଂ ତମେ କ’ଣ ଲାଗିଛ କରିବାକୁ ବୋଲି ଡା. ରାଉତ କହିଛନ୍ତି । ଭାଗଚାଷୀ ଆଇନ ଆଇନ ନ ହେବାରୁ ଲକ୍ଷ ଲକ୍ଷ ଭାଗଚାଷୀ ଶୋଷିତ ହେଉଛନ୍ତି । ଏଭଳି ଧପ୍ପାବାଜି ଓ ହିପୋକ୍ରାସୀ କଲେ, ଲୋକଙ୍କ ଅବସ୍ଥା କ’ଣ ହେବ ବୋଲି ଡା. ରାଉତ ପ୍ରଶ୍ନ କରିଛନ୍ତି ।

ଅପରପକ୍ଷରେ କୁନ୍ଦୁଲି ଗଣଦୁଷ୍କର୍ମ ପ୍ରସଙ୍ଗରେ ମଧ୍ୟ ଚାଁଚଲ୍ୟକର ତଥ୍ୟ ଦେଇଛନ୍ତି ଡା ରାଉତ । ସେ କହିଛନ୍ତି ଯେ ୩ ଜଣ ଯବାନ ତାଙ୍କୁ ଦୁଷ୍କର୍ମ କରିଥିବା ପୀଡ଼ିତା କହିଥିଲେ । ବିଜେଡି ଏସସି ସେଲ୍ ଅଧ୍ୟକ୍ଷ ମଧ୍ୟ ଦୁଷ୍କର୍ମ ହୋଇଥିବା କହିଥିଲେ । ଏହି ମାମଲାରେ ସମ୍ପୃକ୍ତ ତାମିଲ କନଷ୍ଟେବଲଙ୍କୁ ବଂଚାଇବାକୁ ଯାଇ ଘଟଣା ବଦଳିଗଲା ।

ପରୀକ୍ଷା ପାଇଁ ଯାଇଥିବା ପୀଡ଼ିତାଙ୍କ ପ୍ରଥମ ପୋଷାକରୁ ସିମେନ୍ ଥିବା ପ୍ରମାଣ ମିଳିଥିଲା, ପରବର୍ତୀ ସମୟରେ ଅନ୍ୟ ପୋଷାକ ପରୀକ୍ଷା ପାଇଁ ପଠାଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା