Connect with us

ଓଡିଶା

ଆଜି ଓଡିଶା ଆସିବେ ଆଧ୍ୟାତ୍ମିକ ଗୁରୁ ଶ୍ରୀଶ୍ରୀ ରବିଶଙ୍କର l

ସାଙ୍କେତିକ ଚିତ୍ର

ଆଜି ଓଡିଶା ଆସିବେ ଆଧ୍ୟାତ୍ମିକ ଗୁରୁ ଶ୍ରୀଶ୍ରୀ ରବିଶଙ୍କର
ଭୁବନେଶ୍ୱର,୨୫ା୯: ଆଧ୍ୟାତ୍ମିକ ଗୁରୁ ତଥା ଆର୍ଟ ଅଫ ଲିଭିଂ ସଂସ୍ଥାର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବିଶଙ୍କର ଆସନ୍ତାକାଲି ଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆସନ୍ତା ୨୮ ତାରିଖରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପଂଚମ ସମାବର୍ତନ ଉତ୍ସବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

ଏହି ଅବସରରେ ଏମବିଏ, ପିଜିଡିଏଫଏମ, ବିଏ(ଯୋଗ), ଏମଏ(ଯୋଗ), ଏମଏ(ସଂସ୍କୃତ), ଏମଏ(ପତ୍ରକାରୀତା ଓ ଗଣଯୋଗାଯୋଗ), ବିବିଏ, ବିକମ ଇତ୍ୟାଦି ବିଷୟର ମୋଟ ୩୧୭ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ତଥା ୨ଜଣଙ୍କୁ ଡକ୍ଟରେଟ ଡିଗ୍ରୀ ପ୍ରଦାନ କରାଯିବ । ଏହାସହିତ ବିଭିନ୍ନ ବିଭାଗର ମୋଟ ୧୪ ଜଣଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଅଛି । ଏହାବ୍ୟତୀତ ୨୮ ତାରିଖ ଦିନ ଅପରାହ୍ନ ୨.୧୫ରେ ସାମ୍ବାଦିକ ସମ୍ମିଳନୀ ଏବଂ ତା’ପରେ ଶିକ୍ଷାବିତମାନଙ୍କ ଏକ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଅଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା