Connect with us

ଅପରାଧ

ମୃତ ସୂଚନା ଅଧିକାରୀ କର୍ମୀ ରଂଜନ ଦାଶଙ୍କ ପରିବାରକୁ ଭେଟିଲା ବିଜେପି ପ୍ରତିନିଧୀ ଦଳ

ସାଙ୍କେତିକ

ମୃତ ସୂଚନା ଅଧିକାରୀ କର୍ମୀ ରଂଜନ ଦାଶଙ୍କ ପରିବାରକୁ ଭେଟିଲା ବିଜେପି ପ୍ରତିନିଧୀ ଦଳ
– ଅପରାଧୀଙ୍କୁ ପୋଲିସ ତୁରନ୍ତ ଗିରଫ କରୁ :ବିଜେପି
ଭୁବନେଶ୍ୱର, ୧୦ ଫେବୃଆରୀ – କେନ୍ଦ୍ରାପଡା ଜିଲ୍ଲାର ସୂଚନା ଅଧିକାରୀ କର୍ମୀ ରଞ୍ଜନ ଦାଶ ହତ୍ୟାକାଣ୍ଡକୁ ୨ ସପ୍ତାହରୁ ଉର୍ଦ୍ଧ୍ୱ ସମୟ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୋଲିସ କାହକୁ ଗିରଫ କରିନାହିଁ । ଏହି ହତ୍ୟାକାଣ୍ଡ ଘଟଣାରେ ପୋଲିସ କେବଳ ଏତଲା ରୁଜୁ କରି ଚୁପ୍ ରହିଛି ବୋଲି ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେପି ନେତା ବିଭୁ ତରାଇ ଅଭିଯୋଗ କରିଛନ୍ତି । ଆଜି ଶ୍ରୀ ତରାଇଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ମୃତକ ସୂଚନା ଅଧିକାରୀ କର୍ମୀ ରଂଜନ ଦାଶଙ୍କ ପରିବାର ବର୍ଗଙ୍କୁ ଭେଟି ଗଭୀର ସମବେଦନା ଜଣାଇଛନ୍ତି ।
ସ୍ୱର୍ଗତଃ ଦାଶ ଗତକିଛି ଦିନରେ ଆଇସିଡିଏସ, ସ୍ଥାନୀୟ ରାସ୍ତା, ଗୋଚର ଜମିରେ ଏନଆରଜିଏସ୍ ଟଙ୍କାରେ ମେସିନରେ କାମ ଇତ୍ୟାଦି ତଥ୍ୟ ଉପସ୍ଥାପିତ କରି ଦୁର୍ନୀତି ବିରୋଧୀ ଲଢେଇ ଜାରି ରଖିଥିଲେ । ପାରିପାଶ୍ୱର୍କ ସ୍ଥିତି ଏକ ଯୋଜନାବନ୍ଧ ହତ୍ୟା ଇଙ୍ଗିତ ଦେଉଥିବାବେଳେ ପୋଲିସ ଏପର୍ଯ୍ୟନ୍ତ ହାତ ବାନ୍ଧି ବସିଛି । ପୋଲିସ ଶାସକ ଦଳର ଇଙ୍ଗିତରେ କାମ କରୁଛି । ଦୁର୍ନୀତି ବିରୁଦ୍ଧରେ ଲଢୁଥିବା ସାମାଜିକ କର୍ମୀଙ୍କୁ ଯୋଜନାବଦ୍ଧ ଭାବେ ଆକ୍ରମଣ ଏବଂ ହତ୍ୟା କରାଯାଉଛି । ତୁରନ୍ତ ରଂଜନ ଦାଶ ହତ୍ୟାକାଣ୍ଡରେ ସଂପୃକ୍ତ ଅପରାଧୀଙ୍କୁ ପୋଲିସ ଗିରଫ କରି କାହା ଇଙ୍ଗିତରେ ତାଙ୍କୁ ହତ୍ୟା କରାଯାଇଛି ତାହା ଲୋକଲୋଚନକୁ ଆଣୁ ବୋଲି ଶ୍ରୀ ତରାଇ ଦାବି କରିଛନ୍ତି ।
ସୂଚନା ଅଧିକାରୀ କର୍ମୀମାନେ ଶାସକ ବିଜେଡି ଦଳର ବିଭିନ୍ନ ଘଟଣାର ପର୍ଦ୍ଦାଫାଶ କରି ଦୁର୍ନୀତି ବିରୁଦ୍ଧରେ ସ୍ୱର ଉଠାଉଥିବାରୁ ଶାସକ ଦଳର କର୍ମୀମାନେ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରୁଛନ୍ତି । କେବଳ କେନ୍ଦ୍ରାପଡା ନୁହେଁ ପୂର୍ବରୁ କନ୍ଧମାଳ ଠାରେ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ କିଛି ଦୁବୃର୍ତ ଘରୁ ଡାକି ନେଇ ଗୁଳି କରି ହତ୍ୟା କରିଥିଲେ । ସେହିପରି ନିଆଳିର ସୂଚନା ଅଧିକାର କର୍ମୀ କୃପାସିନ୍ଧୁ ସାହୁଙ୍କୁ ହତ୍ୟା କରାଯାଇଥିଲା । ବାରିପଦା ଠାରେ ସୂଚନା ଅଧିକାର କର୍ମୀ ଚକ୍ରଧର ସାହୁଙ୍କ ଉପରକୁ ଆକ୍ରମଣ ଏବଂ ପୁରୀ ଜିଲ୍ଲା ଚନ୍ଦନ ପୁର ଛାରେ ବାବି ଜେନାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏତେ ଘଟଣା ପରେ ବି ରାଜ୍ୟସରକାର ସୂଚନା ଅଧିକାରୀ କର୍ମୀମାନଙ୍କୁ ସୁରକ୍ଷା ଯୋଗାଇବାରେ ଫେଲ୍ ମାରିଛନ୍ତି । ଅନ୍ୟ ପଟେ ପୋଲିସ କେବଳ ତଦନ୍ତ ନାଁରେ ଏତଲା ରୁଜୁ କରି ଶାସକ ଦଳର ନିର୍ଦ୍ଦେଶରେ ଚୁପ୍ ରହୁଛି ବୋଲି ଶ୍ରା ତରାଇ ଅଭିଯୋଗ କରିଛନ୍ତି ।
ଏହି ପ୍ରତିନିଧୀ ଦଳରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମର ନାୟକ, ଶାରଦା ପ୍ରଧାନ, ବିଜୟ ପ୍ରଧାନ, ଭୁବନମୋହନ ଜେନାଙ୍କ ସମେତ ଜିଲ୍ଲା ସଭାପତି କିଶୋର ପଣ୍ଡା ପ୍ରମୁଖ ସାମିଲ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ