Connect with us

ବିଦେଶ

ସାର୍କ ସମ୍ମିଳନୀରେ ସାମିଲ ହେବନି ଭାରତ : ସୁଷମା

ସାଙ୍କେତିକ ଚିତ୍ର

ସାର୍କ ସମ୍ମିଳନୀରେ ସାମିଲ ହେବନି ଭାରତ : ସୁଷମା
ହାଇଦ୍ରାବାଦ,୨୮ା୧୧ : ସାର୍କ ବୈଠକରେ ଭାରତ ସାମିଲ ହେବ ନାହିଁ ବୋଲି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଆଜି ସ୍ପଷ୍ଟ ଭାବେ ମନା କରି ଦେଇଛନ୍ତି । ତେଲେଙ୍ଗାନାରେ ଡିସେମ୍ବର ୭ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସମୟରେ ସେ ଗଣମାଧ୍ୟମକୁ ଏହି କଥା କହିଛନ୍ତି । କରତାପୁର କରିଡର ସହ ପାକିସ୍ତାନର କୌଣସି ସମ୍ପର୍କ ନାହିଁ ଏବଂ ପାକିସ୍ତାନ ଆତଙ୍କବାଦୀ ଗତିବିଧି ବନ୍ଦ କରିବା ପରେ ଭାରତ ପାକିସ୍ତାନ ସହ କୌଣସି ମାମଲାରେ ବାର୍ତ୍ତାଳାପ କରିବ ବୋଲି ସେ କହିଛନ୍ତି ।

ସୁଷମା କହିଛନ୍ତି କି, କରତାପୁର କରିଡର ପାଇଁ ଭାରତ ବହୁ ସମୟ ଧରି ଦାବି କରି ଆସୁଥିଲା । ଫଳରେ ଶିଖ ଧର୍ମର ଲୋକମାନେ କରତାପୁର ଦରବାର ସାହିଦ ପର୍ଯ୍ୟନ୍ତ ବିନା ଭିଜାରେ ଯାଇ ଦର୍ଶନ କରିପାରିବେ । ତେବେ ପାକିସ୍ତାନ ପ୍ରଥମଥର ପାଇଁ ସକାରାତ୍ମକ ପ୍ରତିକ୍ରିୟା ଦେଇଥିବା କାରଣରୁ ସୁଷମା ଖୁସୀ ଅଛନ୍ତି । ସେ ପୁଣି କହିଛନ୍ତି କି, ପାକିସ୍ତାନର ଏଭଳି ହାବଭାବ ଦ୍ୱାରା ଦ୍ୱିପାକ୍ଷିକ ବାର୍ତ୍ତା ଆରମ୍ଭ ହେବ ଏହାର ଅର୍ଥ ନୁହେଁ । ଆତଙ୍କ ଏବଂ ବାର୍ତ୍ତାଳାପ ଏକ ସହ ଚାଲିପାରିବ ନାହିଁ । ବାର୍ତ୍ତାଳାପ ହୋଇପାରେ କିନ୍ତୁ କେବଳ କରତାପୁର କରିଡର ସହ ଜଡିତ ନୁହେଁ ବରଂ ଆତଙ୍କବାଦ ସମାପ୍ତ ହେଲେ ଯାଇ ଏହା ସମ୍ଭବ ହୋଇ ପାରିବ ।

ତେବେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ ଆଜି କରିଡରରେ ଆଧାର ଶିଳା ରଖିଛନ୍ତି । ଏହାକୁ ୬ମାସ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ ବୋଲି ଅନୁମାନ କରାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

More in ବିଦେଶ