Connect with us

ବିଦେଶ

ମୃତକଙ୍କ ସଂଖ୍ୟା ୭୧ହୋଇଥିବା ବେଳେ ନିଖୋଜ ସଂଖ୍ୟା ୧୦୦୦ରୁ ଅଧିକ

ସାଙ୍କେତିକ ଚିତ୍ର

ମୃତକଙ୍କ ସଂଖ୍ୟା ୭୧ହୋଇଥିବା ବେଳେ ନିଖୋଜ ସଂଖ୍ୟା ୧୦୦୦ରୁ ଅଧିକ , ଟ୍ରମ୍ପ ଘଟଣା ସ୍ଥଳରେ
କାଲିଫର୍ଣ୍ଣିଆ :- ଆମେରିକାର ଉତ୍ତର କାଲିଫର୍ଣ୍ଣିଆର ଜଙ୍ଗଲରେ ହୋଇଥିବା ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦୦୦ରୁ ଅଧିକ ଲୋକ ନିଖୋଜ ଥିବା ବେଳେ ୮ ଜଣଙ୍କ ମୃତଦେହ ମିଳିଛି । ଏଥି ସହିତ ମୃତକଙ୍କ ସଂଖ୍ୟା ୭୧ରେ ପହଞ୍ଚିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବର୍ତମାନ କାଲିଫର୍ଣ୍ଣିଆ ଗସ୍ତରେ ଅଛନ୍ତି । ସେଠାକୁ ଗସ୍ତ କରିବା ପୂର୍ବରୁ ଟ୍ରମ୍ପ ଗଣମାଧ୍ୟମକୁ ଏକ ସାକ୍ଷାତକାରରେ କହିଛନ୍ତିଯେ , ଜଙ୍ଗଲ ପରିଚାଳନା ଅତାନ୍ତ ଜରୁରୀ କିନ୍ତୁ ଆମେ ଆପଣମାନଙ୍କ ସହିତ ଅଛୁ । ନିଖୋଜ ସଂଖ୍ୟା ଗୁରୁବାର ପର୍ଯ୍ୟନ୍ତ ୬୩୧ ଥିବା ବେଳେ ଶୁକ୍ରବାର ବଢ଼ି ୧୦୧୧ ହୋଇଛି । ନଭେମ୍ବର ୮ ରୁ ଜଙ୍ଗଲରେ ଭୟଙ୍କର ନିଅାଁ ଲାଗିବା ପରେ ୨୦୦ ଉଡ଼ାଜାହାଜ ଉଡାଣକୁ ବାତିଲ କରାଯାଇଛି । ଏଠାରେ ସମସ୍ତ ସରକାରୀ ସ୍କୁଲକୁ ବନ୍ଦ ରଖାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ବିଦେଶ