Connect with us

ଓଡିଶା

‘ଚନ୍ଦ୍ରପ୍ରଭା ସ୍ମୃତି ସମ୍ମାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଜଧାନୀ ଏକ୍ସପ୍ରେସ

‘ଚନ୍ଦ୍ରପ୍ରଭା ସ୍ମୃତି ସମ୍ମାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭୁବନେଶ୍ୱର – ‘ଆସୋସିଏଟେଡ଼ ମିଡ଼ିଆ ଫାଉଣ୍ଡେସନ’ ତରଫରୁ ସ୍ଥାନୀୟ ଓଡିଶା ପ୍ରେସ କ୍ଲବ ସ୍ଥିତ ସମ୍ମିଳନୀ କକ୍ଷରେ ‘ଚନ୍ଦ୍ରପ୍ରଭା ସ୍ମୃତି ସମ୍ମାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି І ଏହି ସମ୍ମାନ ପ୍ରଦାନ ଉତ୍ସବରେ ସାମ୍ବାଦିକ କେଦାର ମିଶ୍ର ପୌରାହିତ୍ୟ କରିଥିବାବେଳେ ପୁଷ୍ପଜା ଧଳ ସ୍ୱାଗତ ଭାଷଣ ଦେଇଥିଲେ І ପୂଜା ପଟନାୟକ ବିବରଣୀ ପ୍ରଦାନ କରିଥିଲେ І ଏହି କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ବିଚାରପତି ଶ୍ରୀଯୁକ୍ତ ଏ ଏସ ନାଇଡୁ ,ବରିଷ୍ଠ ପ୍ରଶାସକ ବିଷ୍ଣୁପଦ ସେଠୀ ଓ ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ର ଅତିଥି ଭାବରେ ଯୋଗ ଦେଇଥିଲେ І ଏହି କାର୍ଯ୍ୟକ୍ରମରେ ଡାକ୍ତର ଜଗନ୍ନାଥ ମହାପାତ୍ର ,ଵିୟୋତପ୍ରଜ୍ଞା ତ୍ରିପାଠୀ ,ଭାସ୍ଵତୀ ବସୁ ଓ ରିତା ପାତ୍ର ଙ୍କୁ ବିଭନ୍ନ କ୍ଷେତ୍ରରେ ନିଜର ଉଲ୍ଲେଖନୀୟ ଅବଦାନ ଯୋଗୁଁ ଉପଢୌକନ ଓ ଉପହାର ଦେଇ ସମ୍ମାନିତ କରାଯାଇଥିଲା І

ଏହି କାର୍ଯ୍ୟକ୍ରମରେ ସ୍ବର୍ଗତ ଚନ୍ଦ୍ରପ୍ରଭା ପଟ୍ଟନାଏକଙ୍କ ସ୍ୱାମୀ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାଏକ ଓ ତାଙ୍କ ପରିବାର ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ І

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା