Connect with us

ବିଦେଶ

କାଟ୍ରିଓନା ପିନ୍ଧିଲେ ବ୍ରହ୍ମାଣ୍ଡ ସୁନ୍ଦର ୨୦୧୮ର ମୁକୁଟ

ସାଙ୍କେତିକ ଚିତ୍ର

କାଟ୍ରିଓନା ପିନ୍ଧିଲେ ବ୍ରହ୍ମାଣ୍ଡ ସୁନ୍ଦର ୨୦୧୮ର ମୁକୁଟ
ବ୍ୟାଙ୍କକ୍,୧୭ା୧୨ : ଫିଲିଫାଇନ୍ସର କାଟ୍ରିଓନା ଗ୍ରେ ୨୦୧୮ ପାଇଁ ବ୍ରହ୍ମାଣ୍ଡ ସୁନ୍ଦରୀ ହୋଇଛନ୍ତି । ବ୍ୟାଙ୍କକ୍ ଠାରେ ଆୟୋଜିତ ଏହି ପ୍ରତିଯୋଗିତାରେ କାଟ୍ରିଓନା ବିଶ୍ୱର ୯୪ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ମୁକୁଟ ହାସଲ କରିଛନ୍ତି । ଦକ୍ଷିଣ ଆଫ୍ରିକାର ଟେମରିନ ଗ୍ରୀନ୍ ଦ୍ୱିତୀୟ ସ୍ଥାନ ଓ ଭେନିଜୁଲାର ସେଥଫନି ଗୁଟରେଜ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ୨୦୧୭ର ବ୍ରହ୍ମାଣ୍ଡ ସୁନ୍ଦରୀ ଡେମି ଲେ କାଟ୍ରିଓନା ଗ୍ରେଙ୍କୁ ମୁକୁଟ ପିନ୍ଧାଇଥିଲେ ।

ସେହିପରି ଏହି ପ୍ରତିଯୋଗିତାରେ ଭାରତର ନେହେଲ ଚୁଡାସମା ଶ୍ରେଷ୍ଠ ୨୦ଜଣଙ୍କ ମଧ୍ୟରେ ସ୍ଥାନ ଅଧିକାର କରିପାରି ନଥିଲେ । ଭାରତରେ ନେହଲ ଗୁଜୁରାଟର ମଡେଲ ଏବଂ ସ୍ୱାସ୍ଥ୍ୟ ପରାମର୍ଶଦାତା, ଉପସ୍ଥାପିକା ଭାବେ କାର୍ଯ୍ୟ କରୁଛନ୍ତି । ସେ ୨୦୧୮ ଭାରତର ମିସ ଦୀବା ଓ ମିସ ୟୁନିଭର୍ସ ମୁକୁଟ ହାସଲ କରିସାରିଛନ୍ତି । ସେ ମୁମ୍ବାଇର ଠାକୁର ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟରୁ ସ୍ନାତକ ପଢ଼ିଛନ୍ତି ।

ଏହି ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ କିନ୍ନର ଭାଗ ନେବା ମୁଖ୍ୟ ଆକର୍ଷଣ ରହିଥିଲା । ସ୍ପେନର ଏଞ୍ଜଲା ଫ୍ରାନ୍ସ ପ୍ରତିଯୋଗୀତାରେ ବିଜୟ ହାସଲ କରିଥିବା ପ୍ରଥମ କିନ୍ନର । ଶ୍ରେଷ୍ଠ ୨୦ଜଣଙ୍କ ମଧ୍ୟରେ ଏଞ୍ଜଲା ସ୍ଥାନ ଗ୍ରହଣ କରିପାରି ନଥିଲେ ସତ । କିନ୍ତୁ ସେ ଷ୍ଟେଜକୁ ଯିବା ସମୟରେ ସେଠାରେ ଉପସ୍ଥିତ ଥିବା ଦର୍ଶକ ଜୋରଦାର କରତାଳି ସହ ତାଙ୍କୁ ଉତ୍ସାହିତ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ବିଦେଶ