Connect with us

ବିଦେଶ

ମୋଦିଙ୍କୁ ଟ୍ରମ୍ପଙ୍କ ପ୍ରଶଂସା

ସାଙ୍କେତିକ ଚିତ୍ର

ମୋଦିଙ୍କୁ ଟ୍ରମ୍ପଙ୍କ ପ୍ରଶଂସା
ୱାଶିଂଟନ,୧୪ା୧୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ବହୁତ ଭଲ ବନ୍ଧୁ ଏବଂ ବାଣିଜ୍ୟ କାରବାରକୁ ନେଇ ଭାରତ ସବୁଠୁ ଭଲ ବୋଲି କହିଛନ୍ତି ଆମେରିକା ଡୋନାଲ୍ଡ ଟ୍ରମ୍ପ । ପ୍ରଥମେ ଭାରତ ଦ୍ୱାରା ଋଷ ସହିତ ଏସ-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ ରାଜିନାମା ଓ ପରେ ଇରାନଠୁ ତୈଳ ଆମଦାନୀ ଉପରେ ଆମେରିକାଠୁ ରିଆତି ପାଇବା ପରେ ଟ୍ରମ୍ପ ଏହି ବୟାନ ଦେଇଛନ୍ତି ।

ହ୍ୱାଇଟ୍ ହାଉସରେ ଦୀପାବଳି ପାଳନ କରି ଟ୍ରମ୍ପ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୋସ୍ତି ପାଇଁ ସେ ତାଙ୍କ ଠାରେ କୃତଜ୍ଞ । ଟ୍ରମ୍ପ କହିଛନ୍ତି ଯେ, ଆମେ ଭାରତ ସହିତ ଭଲ କାରବାର ରାଜିନାମା ପାଇଁ ବହୁତ ପରିଶ୍ରମ କରୁଛୁ । ଭାରତର କାରବାର ବାର୍ତ୍ତାକାରଙ୍କୁ ବହୁତ ଭଲ କୁଶଳୀ ଦର୍ଶାଇ ଟ୍ରମ୍ପ କହିଛନ୍ତି ଯେ, ଭାରତୀୟ ବହୁତ ଭଲ ବ୍ୟବସାୟୀ ଅଟନ୍ତି ଏବଂ ସେମାନେ ବହୁତ ଭଲ ବାର୍ତ୍ତାକାର ମଧ୍ୟ । ଟ୍ରମ୍ପ ଭାରତର ରାଷ୍ଟ୍ରଦୂତ ନଭଜେତ ସରନାଙ୍କ ଆଡକୁ ଚାହିଁ କହିଛନ୍ତି ଯେ, ଆପଣ ମଧ୍ୟ ଏହି କଥାକୁ ମୋର ସ୍ୱୀକାର କରିବେ । ଭାରତ ସବୁଠୁ ଭଲ, ଏଥିପାଇଁ ଆମେ ତାଙ୍କ ସହିତ କାମ କରୁଛୁ ଏବଂ ଏକାଠି ଆଗକୁ ବଢ଼ୁଛୁ ।

ଟ୍ରମ୍ପ କହିଛନ୍ତି ଯେ, ସେ ଓ ମୋଦି ନଭେମ୍ବର ୩୦ ଓ ଡିସେମ୍ବର ୧ରେ ଆର୍ଜେଣ୍ଟିନାରେ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ । ଏଠାରେ ଉଭୟ ନେତାଙ୍କ ମଧ୍ୟରେ ବୈଠକ ହେବାର ସମ୍ଭାବନା ରହିଛି । ମାତ୍ର ହ୍ୱାଇଟ୍ ହାଉସ ଏହି ସମ୍ବନ୍ଧରେ କୌଣସି ଘୋଷଣ କରିନାହିଁ । ହ୍ୱାଇଟ୍ ହାଉସରେ ଦୀପାବଳି ପାଳନ ସମୟରେ ଟ୍ରମ୍ପ କହିଛନ୍ତି ଯେ, ସେ ଶୀଘ୍ର ମୋଦିଙ୍କ ସହ ଆଲୋଚନା କରିବାକୁ ଯାଉଛନ୍ତି । ଟ୍ରମ୍ପଙ୍କ କଥାର ଉତ୍ତର ଦେଇ ସରନା କହିଛନ୍ତି ଯେ, ମୋଦି ମଧ୍ୟ ଆପଣଙ୍କୁ ଭେଟିବାକୁ ଚାହୁଁଛନ୍ତି ।

ହ୍ୱାଇଟ୍ ହାଉସରେ ଦୀପାବଳି ଉତ୍ସବରେ ବିଶେଷ ରୂପେ ନିମନ୍ତ୍ରିତ ସରନାଙ୍କୁ ଟ୍ରମ୍ପ କହିଛନ୍ତି ଯେ, ଭାରତ ପ୍ରତି ତାଙ୍କର ସମ୍ପର୍କ ଘନିଷ୍ଠ ରହିଛି । ଆପଣଙ୍କ ଦେଶକୁ ମୁଁ ବହୁତ ଭଲ ପାଏ । ଆପଣ ଜାଣିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି । କୃପା କରି ମୋ ପକ୍ଷରୁ ତାଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇ ଦେବେ ।

Click to comment

Leave a Reply

Your email address will not be published. Required fields are marked *

More in ବିଦେଶ