Connect with us

ବିଦେଶ

ଇରାନକୁ ଶେଷ ବୁନ୍ଦା ପର୍ଯ୍ୟନ୍ତ ଚିପୁଡିବୁ : ଆମେରିକା

ସାଙ୍କେତିକ ଚିତ୍ର

ଇରାନକୁ ଶେଷ ବୁନ୍ଦା ପର୍ଯ୍ୟନ୍ତ ଚିପୁଡିବୁ : ଆମେରିକା
ସିଙ୍ଗାପୁର,୧୩ା୧୧ : ଇରାନ ଉପରେ ଦୃଢ଼ କଟକଣା ଜାରି କରାଯିବାର ସପ୍ତାହେ ପରେ ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା ଜୋନ ବୋଲ୍ଟନ୍ ଏହା ଉପରେ ନିଜ ମତ ରଖିଛନ୍ତି । ସିଙ୍ଗାପୁରଠାରେ ଆୟୋଜିତ ଏକ ସମ୍ମିଳନୀରେ ବୋଲ୍ଟନ୍ କହିଛନ୍ତି ଯେ, ଇରାନ ସରକାର ଏବେ ଚାପରେ ରହିଛନ୍ତି । ତେବେ ଇରାନକୁ ଶେଷ ବୁନ୍ଦ ପର୍ଯ୍ୟନ୍ତ ଚିପୁଡି ତା ଭିତରେ କେବଳ ଟାକୁଆ ଛାଡି ଦେବାକୁ ଆମେ ଲକ୍ଷ୍ୟ ରଖିଛୁ । ଏହାସହ ଆଗକୁ ଏହି କଟକଣାକୁ ବୃଦ୍ଧି କରାଯିବ ବୋଲି ସେ ସଙ୍କେତ ଦେଇଛନ୍ତି ।

ପ୍ରକାଶଯୋଗ୍ୟ ଯେ, ଇରାନ ସହ ପରମାଣୁ ରାଜିନାମାରେ ସାମିଲ ବ୍ରିଟେନ୍, ଫ୍ରାନ୍ସ, ଚୀନ୍ ଏବଂ ରୁଷ ଭଳି ଦେଶ ଆମେରିକାର ଏହି କଟକଣାକୁ ବିରୋଧ କରୁଛନ୍ତି । ମିଳିତ ଜାତିସଂଘର ନିରୀକ୍ଷକ ଦଳ ଇରାନ ପରମାଣୁ ରାଜିନାମା ସର୍ତ୍ତ ଭଙ୍ଗ କରିନାହିଁ ବୋଲି ମତ ଦେବା ପରେ ସେମାନେ କଟକଣା ଉଠାଇବାକୁ ପରାମର୍ଶ ଦେଇଛନ୍ତି । ଏହି ଦେଶଗୁଡିକ ରାଜିନାମାକୁ କାଏମ ରଖିବାକୁ ଚାହୁଁଛନ୍ତି । କଟକଣାକୁ ନେଇ ଏକମାତ୍ର ଦେଶ ଭାବେ ସାଉଦି ଆରବ ଆମେରିକାକୁ ସମର୍ଥନ କରୁଛି ।

ତେବେ ୮ଟି ଦେଶ ପାଇଁ ଆମେରିକା ଇରାନ ଉପରେ ଲଗାଯାଇଥିବା କଟକଣାକୁ ସାମାନ୍ୟ କୋହଳ କରିଛି । ଏହି ୮ ଦେଶ ମଧ୍ୟରେ ଭାରତ ରହିଛି । ଭାରତ ବ୍ୟତୀତ, ଚୀନ୍, ଦକ୍ଷିଣ କୋରିଆ, ଇଟାଲି, ଗ୍ରୀସ, ତାଇୱାନ ଏବଂ ତୁର୍କୀ ପାଇଁ କଟକଣାକୁ କୋହଳ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ବିଦେଶ