Connect with us

ବିଦେଶ

ପାକିସ୍ତାନ୍ କୁ ଝଟକା : କୁଳଭୂଷଣ ମାମଲାରେ ଭାରତ ସପକ୍ଷରେ ଆସିଲା ରାୟ

ସାଙ୍କେତିକ

ପାକିସ୍ତାନ୍ କୁ ଝଟକା : କୁଳଭୂଷଣ ମାମଲାରେ ଭାରତ ସପକ୍ଷରେ ଆସିଲା ରାୟ
ନୂଆଦିଲ୍ଲୀ , ୧୭ ଜୁଲାଇ- କୁଳଭୂଷଣ ଯାଦବ ମାମଲାରେ ଭାରତର ବିଜୟ ହୋଇଛି । ଆଇସିଜେ ଭାରତ ସପକ୍ଷରେ ରାୟ ଦେଇ କହିଛନ୍ତି ଯେ କୁଳଭୂଷଣଙ୍କୁ ପାକିସ୍ତାନ ଫାଶୀ ଦେଶ ପାରିବ ନାହିଁ । ଏହି ମାମଲାରେ ଭାରତ ଆଇନଗତ ଲଢେଇ ଲଢି ପାରିବ ବୋଲି କୋର୍ଟ ରାୟ ଦେଇଛନ୍ତି । ଏହାସହ ପାକିସ୍ତାନ ତାର ଦଣ୍ଡାଦେଶକୁ ଆଉଥରେ ରିଭ୍ୟୁ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଇସିଜେର ମୋର୍ଟ ୧୬ ଜଣ ସଦସ୍ୟଙ୍କ ମଧ୍ୟରୁ ୧୫ ଜଣ ଭାରତ ସପକ୍ଷରେ ଯାଇଥିବା ବେଳେ ମାତ୍ର ଜଣେ ପାକିସ୍ତାନ ସପକ୍ଷରେ ଯାଇଥିବା ଜଣାଯାଇଛି । ନେଦରଲାଣ୍ଡର ଦି ହେଗ ଠାରେ ଥିବା ଅନ୍ତର୍ଜାତୀୟ ନ୍ୟାୟାଳୟରେ କୁଳଭୂଷଣ ଯାଦବ ମାମଲାର ଶୁଣାଣି ହୋଇଥିଲା ।
ଗତ ୨୦୧୬ ମାର୍ଚ୍ଚଠାରୁ ପାକିସ୍ତାନ କୁଳଭୂଷଣଙ୍କୁ ଗୁପ୍ତଚର ଅଭିଯୋଗରେ ଇରାନ ସୀମାରୁ ଗିରଫ କରି ଜେଲରେ ରଖିଛି । ୨୦୧୭ ଏପ୍ରିଲ ମାସରେ ପାକିସ୍ତାନର ମିଲିଟାରୀ କୋର୍ଟ ଯାଦବଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଥିଲା । ଗତ ୨୦୧୭ ଡିସେମ୍ବର ମାସ ଶେଷ ସପ୍ତାହରେ ପାକିସ୍ତାନ ପକ୍ଷରୁ ପ୍ରଥମ ଥର ପାଇଁ କୂଳଭୂଷଣଙ୍କ ମା ଓ ପତ୍ନୀଙ୍କୁ ଭେଟିବାକୁ ସୁଯୋଗ ଦିଆଯାଇଥିଲା । କିନ୍ତୁ ଉଭୟଙ୍କୁ ପାକିସ୍ତାନ ସରକାରଙ୍କ ବ୍ୟବହାରକୁ ନେଇ ଭାରତରେ ପ୍ରବଳ ପ୍ରତିକ୍ରିୟା ଦେଖାଯାଇଥିଲା । ଏହା ମାନବ ଅଧିକାର ଓ ନାରୀ ସମ୍ମାନ ହାନୀ କରୁଛି ବୋଲି ଭାରତର ତତକାଳୀନ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ସଂସଦରେ କହିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ବିଦେଶ