Connect with us

ବିଦେଶ

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ମୁଶାରଫଙ୍କୁ ମୃତ୍ୟୁଦଣ୍ଡ

ସାଙ୍କେତିକ

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ମୁଶାରଫଙ୍କୁ ମୃତ୍ୟୁଦଣ୍ଡ
ଇସଲାମାବାଦ, ୧୭ ଡିସେମ୍ବର – ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସେନାଧ୍ୟକ୍ଷ ପରଭେଜ ମୁଶାରଫଙ୍କୁ ମୃତ୍ୟୁ ଦଣ୍ଡାଦେଶ ହୋଇଛି । ଦେଶଦ୍ରୋହ ମାମଲାରେ ପାକିସ୍ତାନର ସ୍ୱତନ୍ତ୍ର ପେଶୱାର କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଫାଶୀଦଣ୍ଡ ଦେଇଛନ୍ତି ।

ମଙ୍ଗଳବାର ପେଶୱାର ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ୱାକର ଅହମ୍ମଦ ସେଠଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ମୁଶାରଫଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ଖଣ୍ଡପୀଠରେ ସିନ୍ଧ ହାଇକୋର୍ଟ ବିଚାରପତି ନଜର ଆକବର ଓ ଲାହୋର ହାଇକୋର୍ଟ ବିଚାରପତି ଶାହିଦ କରିମ ରହିଛନ୍ତି ।

ପାକିସ୍ତାନ ଇତିହାସରେ ପ୍ରଥମଥର ପାଇଁ କୌଣସି ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର କୋର୍ଟ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି । ଗତ ସପ୍ତାହରେ ୭୬ ବର୍ଷୀୟ ମୁଶାରଫଙ୍କ ବୟାନ ଡିସେମ୍ବର ୫ ସୁଦ୍ଧା ରେକର୍ଡ କରିବାକୁ ସ୍ୱତନ୍ତ୍ର କୋର୍ଟ କହିଥିଲେ । ମୁଶାରଫ ୨୦୦୭ରେ ପାକିସ୍ତାନ ସମ୍ବିଧାନକୁ ରଦ୍ଦ କରିବା ସହ ଦେଶରେ ଜରୁରୀ ପରିସ୍ଥିତି ଲାଗୁ କରିଥିଲେ । ଏହି ସମୟରେ ସେ ଏକାଧିକ ବିଚାରପତି ଓ ରାଜନେତାକୁ ବନ୍ଦୀ ବନାଇ ରଖିଥିଲେ । ୨୦୧୪ ମାର୍ଚ୍ଚ ୩୧ରେ ଏହି ମାମଲାରେ ତାଙ୍କର ସଂପୃକ୍ତି ଥିବା କୋର୍ଟ କହିବା ସହ ସେବେଠାରୁ ମାମଲାର ଶୁଣାଣି ଜାରି ରଖିଥିଲେ । ମୁଶାରଫ ବର୍ତମାନ ଦୁବାଇରେ ରହୁଛନ୍ତି ।

ସେ ୨୦୧୬ରେ ଦୁବାଇକୁ ମେଡିକାଲ ଚେକଅପ ପାଇଁ ଯାଇଥିଲେ । ସେବେଠାରୁ ସେ ସୁରକ୍ଷା ଓ ସ୍ୱାସ୍ଥ୍ୟଗତ ସମସ୍ୟା ଜଣାଇ ପାକିସ୍ତାନ ଫେରିନାହାନ୍ତି । ସେ କୋର୍ଟରେ ହାଜର ନ ହେବାରୁ ତାଙ୍କୁ ପଳାତକ ମଧ୍ୟ ଘୋଷଣା କରାଯାଇଛି ।

ସୂଚନାଯୋଗ୍ୟ ଯେ ମୁଶାରଫ ୨୦୦୧ରୁ ୨୦୦୮ ଯାଏ ପାକିସ୍ତାନର ରାଷ୍ଟ୍ରପତି ରହିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ବିଦେଶ