Connect with us

ବିଦେଶ

ଇନ୍ଦ୍ରା ନୁଇ ବିଶ୍ୱବ୍ୟାଙ୍କର ପରବର୍ତ୍ତୀ ମୁଖ୍ୟ !

ସାଙ୍କେତିକ

ଇନ୍ଦ୍ରା ନୁଇ ବିଶ୍ୱବ୍ୟାଙ୍କର ପରବର୍ତ୍ତୀ ମୁଖ୍ୟ !
ୱାଶିଂଟନ,୧୬ା୧ : ଭାରତୀୟ ବଂଶୋଦ୍ଭବ ତଥା ପେପସିକୋର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଇନ୍ଦ୍ରା ନୁଇ ବିଶ୍ୱ ବ୍ୟାଙ୍କର ପରବର୍ତ୍ତୀ ସଭାପତି ପଦ ଅଳଙ୍କୃତ କରିପାରନ୍ତି । ହ୍ୱାଇଟ୍ ହାଉସ ପକ୍ଷରୁ ନୁଇଙ୍କ ନାମ ପ୍ରସ୍ତାବ ଦିଆଯାଇଥିବା ଆମେରିକାରୁ ପ୍ରକାଶିତ ଏକ ଖବରକାଗଜ ଦାବି କରିଛି । ବିଶ୍ୱବ୍ୟାଙ୍କର ପରବର୍ତ୍ତୀ ମୁଖ୍ୟ ଦୌଡ ପଦରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପଙ୍କ ନାମ ଶୁଣାଯାଉଥିଲେ ମଧ୍ୟ ଇଭାଙ୍କା ହିଁ ନୁଇଙ୍କୁ ପସନ୍ଦ କରିଥିବା ସେ ଟୁଇଟରରେ ଉଲ୍ଲେଖ କରିଛନ୍ତି । ଏବେ ଇଭାଙ୍କା ବିଶ୍ୱ ବ୍ୟାଙ୍କ ସଭାପତି ପ୍ରାର୍ଥୀ ଚୟନ କମିଟିରେ ସଦସ୍ୟ ଅଛନ୍ତି ।

ବର୍ତ୍ତମାନର ବିଶ୍ୱ ବ୍ୟାଙ୍କ ମୁଖ୍ୟ ଜିମ୍ ୟୋଙ୍ଗ କିମ୍ ଫେବୃଆରୀ ମାସରେ ପଦ ଛାଡିବା ନେଇ ସୂଚନା ଦେଇଛନ୍ତି । ସେ ସେହି ପଦରେ ଆହୁରି ତିନିବର୍ଷ ପର୍ଯ୍ୟନ୍ତ ରହିଥାନ୍ତେ । କିନ୍ତୁ ଏକ ଘରୋଇ ନିବେଶକ ସଂସ୍ଥାରେ ଯୋଗ ଦେବାକୁ ଯାଉଥିବାରୁ ସେ ଇସ୍ତଫା ଦେଇଥିବା ଜିମ୍ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ବିଦେଶ