Connect with us

ମନୋରଞ୍ଜନ

ନନ୍ଦନକାନନରେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ

ସାଙ୍କେତିକ

ନୂଆବର୍ଷରେ ନନ୍ଦନକାନନ ବୁଲିଲେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ

ଭୁବନେଶ୍ୱର ନୂଆବର୍ଷରେ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ବୁଲିଛନ୍ତି । ୨୦୧୯ ପ୍ରଥମ ଦିନରେ ମୋଟ ୪୩,୪୨୭ ଜଣ ପର୍ଯ୍ୟଟକ ନନ୍ଦନକାନନ ବୁଲିଛନ୍ତି । ଏହାସହ ଟିକେଟ୍ ବାବଦକୁ ୧୮ ଲକ୍ଷ ୯୮ ହଜାର ୯୦୦ ଟଙ୍କା ସଂଗ୍ରହ କରାଯାଇଛି । ଗତ କିଛି ବର୍ଷ ମଧ୍ୟରେ ନନ୍ଦନକାନନର ଏହା ସର୍ବାଧିକ ଆୟ ।
ସୂଚନା ଅନୁସାରେ ୨୦୧୮ ଜାନୁଆରୀ ୧ରେ ନନ୍ଦନକାନନରେ ୩୮ ହଜାର ୫୭୭ ଜଣ ପର୍ଯ୍ୟଟକ ବୁଲିଥିଲେ । ସେମାନଙ୍କ ଠାରୁ ୧୩ ଲକ୍ଷ ୫୨ ହଜାର ୧୭୦ ଟଙ୍କା ଟିକେଟ୍ ବାବଦକୁ ଆଦାୟ ହୋଇଥିଲା । ସେହିପରି ୨୦୧୭ ଜାନୁଆରୀ ୧ରେ ୫୦, ୭୪୮ ଜଣ ପର୍ଯ୍ୟଟକଙ୍କ ଠାରୁ ୧୧ ଲକ୍ଷ ୩୩ ହଜାର ୭୪୬ ଟଙ୍କା ଏବଂ ୨୦୧୬ ଜାନୁଆରୀ ୧ରେ ୪୩ ହଜାର ୧୬ ଜଣ ପର୍ଯ୍ୟଟକଙ୍କ ଠାରୁ ୭ ଲକ୍ଷ ୫୮ ହଜାର ୭୬୦ ଟଙ୍କା ସଂଗ୍ରହ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ମନୋରଞ୍ଜନ