Connect with us

ବାଣିଜ୍ୟ

ଡିସେମ୍ବର ୧୫ରୁ ତୋଷାଳୀ କ୍ରାଫ୍ଟସ୍ ମେଳା

ସାଙ୍କେତିକ

ଡିସେମ୍ବର ୧୫ରୁ ତୋଷାଳୀ କ୍ରାଫ୍ଟସ୍ ମେଳା
ଭୁବନେଶ୍ୱର,୨୦ ନଭେମ୍ବର –ଆସନ୍ତା ଡିସେମ୍ବର ୧୫ ତାରିଖରୁ ଡିସେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଜନତା ମଇଦାନଠାରେ ଚତୁର୍ଦ୍ଦଶ ତୋଷାଳୀ ମେଳା ଅନୁଷ୍ଠିତ ହେବ । ମେଳାରେ ୪୦୦ରୁ ଉଦ୍ଧ୍ୱର୍ ଷ୍ଟଲ୍ ରହିବ । ଏଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ୪୦୦ରୁ ଊଦ୍ଧ୍ୱର୍ କାରିଗର ଓ ବୁଣାକାର ଯୋଗଦେବେ । ଭାରତର ବିଭିନ୍ନ ପ୍ରାନ୍ତରୁ ସୁନାମଧନ୍ୟ କାରିଗର ଓ ବୁଣାକାର ସେମାନଙ୍କ ଉତ୍ପାଦକୁ ପ୍ରଦର୍ଶନ କରିବା ସହିତ ବିକ୍ରୟ କରିବେ ।

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ବୁଧବାର ଲୋକସେବା ଭବନର ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ଚତୁର୍ଦ୍ଦଶ ଜାତୀୟ ତୋଷାଳୀ କ୍ରାଫ୍ଟସ୍ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଅଧ୍ୟକ୍ଷତା କରି ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ଓଡ଼ିଶା ଓ ଭାରତର ଅନ୍ୟ ରାଜ୍ୟଗୁଡ଼ିକର ଜନଜାତିଙ୍କ ଲୋକକଳାକୁ ତୋଷାଳୀ ମେଳାରେ ପ୍ରଦର୍ଶନ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ମେଳାକୁ ନୂତନ ଓ ସ୍ୱତନ୍ତ୍ର ରୂପ ଦେବା ନିମନ୍ତେ ଶ୍ରୀମତୀ ଦିଆନ କହିଥିଲେ । ବିଭାଗୀୟ ସଚିବ ଶ୍ରୀମତୀ ଶୁଭା ଶର୍ମା, ତୋଷାଳୀ ମେଳାର ଆୟୋଜନ ନିମନ୍ତେ ସବିଶେଷ ଆଲୋଚନା କରିଥିଲେ ।

ମେଳା ପରିସରକୁ ସୁଗମ ଓ ପୋଷଣୀୟ କରାଯିବାର ବ୍ୟବସ୍ଥା କରାଯିବ । ମେଳା ପରିସର ପ୍ଲାଷ୍ଟିକ୍ମୁକ୍ତ ହେବ । ତୋଷାଳୀ ମେଳାରେ ସର୍ବସାଧାରଣ ଓଡ଼ିଶାର ଲୋକକଳାକାରଙ୍କ ପ୍ରତିଭା ପଦର୍ଶନ କରିବାର ସୁଯୋଗ ପାଇବେ । ପ୍ରତିବର୍ଷ ପରି ଏ ବର୍ଷ ମେଳାର ବିଷୟବସ୍ତୁ “ହସ୍ତତନ୍ତ’ ଉପରେ ପର୍ଯ୍ୟବସିତ ହେବ । ଓଡ଼ିଶାର ହସ୍ତତନ୍ତର ସ୍ୱତନ୍ତ୍ର କାରିଗରୀ ଓ ଆଜିର ସମୟକୁ ତାଳଦେଇ ହସ୍ତତନ୍ତ ପ୍ରସ୍ତୁତ ଆଧୁନିକ ପରିଧାନ ସହ ମଡେଲମାନଙ୍କୁ ମଂଚରେ ଦେଖିବାକୁ ମିଳିବ ।

Click to comment

Leave a Reply

Your email address will not be published. Required fields are marked *

More in ବାଣିଜ୍ୟ