Connect with us

ବାଣିଜ୍ୟ

ଡିସେମ୍ବରରୁ କମିବ ‘ମୋ ବସ୍’ ର ଭଡା

ସାଙ୍କେତିକ

ଡିସେମ୍ବରରୁ କମିବ ‘ମୋ ବସ୍’ ର ଭଡା
ଭୁବନେଶ୍ୱର, ୨୯ ନଭେମ୍ବର- ରାଜ୍ୟରେ ଚାଲୁଥିବା “ମୋ ବସ୍’ର ଭଡ଼ା ହ୍ରାସ କରାଯାଇଛି । ତେବେ ଏହା କେବଳ ଶୀତତାପ ନିୟନ୍ତ୍ରିତ ବସ୍ ପାଇଁ ଲାଗୁ ହେବ ଏବଂ ୨ ମାସ ପାଇଁ ବଳବତର ରହିବ । ଶୀତକୁ ଦୃଷ୍ଟିରେ ରଖି କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ଏସି ବସ୍ ଗୁଡିକର ଭଡା କମାଇବାକୁ ନିଷ୍ପତି ନେଇଛି ।
ନିଷ୍ପତି ଅନୁଯାୟୀ ଶୀତତାପ ନିୟନ୍ତ୍ରିତ ବସ୍ ଭଡ଼ା ରେ ୩୮ ପ୍ରତିଶତ ଦର କମ୍ କରାଯାଇଛି । ସର୍ବନିମ୍ନ ୨ କିମି ପାଇଁ ବସ୍ ଭଡ଼ା ୮ ଟଙ୍କା ପଡୁଥିବାବେଳେ ନୂଆ ଦର ଅନୁସାରେ ୫ ଟଙ୍କାକୁ ହ୍ରାସ କରାଯାଇଛି । ସେହିଭଳି ସର୍ବାଧିକ ଭଡ଼ାକୁ ୧୦୦ ଟଙ୍କାରୁ ୭୦ ଟଙ୍କାକୁ ହ୍ରାସ କରାଯାଇଛି । ଏହି ନୂଆ ଭଡ଼ା ଡିସେମ୍ବର ପହିଲାରୁ ଲାଗୁ ହେବ । ଏହା ଜାନୁଆରୀ ୩୧ ପର୍ଯ୍ୟନ୍ତ ବଳବତର ରହିବ ।

Click to comment

Leave a Reply

Your email address will not be published. Required fields are marked *

More in ବାଣିଜ୍ୟ