Connect with us

ବାଣିଜ୍ୟ

୮ରୁ ଏମଏସଏମଇ ଟ୍ରେଡ୍ ଫେୟାର

ସାଙ୍କେତିକ

୮ରୁ ଏମଏସଏମଇ ଟ୍ରେଡ୍ ଫେୟାର
ଭୁବନେଶ୍ୱର, ୦୬ ଜାନୁଆରୀ – ଆସନ୍ତା ୮ ତାରିଖରେ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆ ଠାରେ ଆନ୍ତର୍ଜାତୀୟ ଏମଏସଏମଇ ମେଳା ଉଦଘାଟିତ ହେବ । ଏହା ୫ ଦିନ ଧରି ଚାଲିବ । ଏଥିରେ ବିଭିନ୍ନ ରାଜ୍ୟର ଏମଏସଏମଇ ଉଦ୍ୟୋଗୀମାନେ ଅଂଶଗ୍ରହଣ କରିବେ । ବାଲାଂଦେଶ ଓ ଇରାନର ଶିଳ୍ପୋଦ୍ୟୋଗୀ ମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରିବା ସହ ସେମାନଙ୍କ ଯନ୍ତ୍ରପାତି ଓ ଉତ୍ପାଦିତ ସାମଗ୍ରୀ ପ୍ରଦର୍ଶିତ କରିବେ । ବାଲାଂଦେଶରୁ ୧୦ ଜଣ ଓ ଇରାନ ରୁ ୨୦ ଜଣ ଶିଳ୍ପୋଦ୍ୟୋଗୀ ଏଥିରେ ଭାଗ ନେବେ । ରାଜ୍ୟ ଏମଏସଏମଇ ମନ୍ତ୍ରୀ ଶ୍ରୀ ଦିବ୍ୟ ଶଙ୍କର ମିଶ୍ର ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଏହି ଜାତୀୟ ଟ୍ରେଡ୍ ଫେୟାର ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତ ଥର ଏହି ଫେୟାର ନାମ ହେବ “ଏମଏସଏମଇ ଫୋକସ୍ – ୨୦୨୦” । ୧୧ଟି ପଛୁଆ ଜିଲ୍ଲା ଗୁଡିକରୁ ୫ ଜଣ ଲେଖାଏଁ ଶିଳ୍ପୋଦ୍ୟୋଗୀଙ୍କୁ ଏଥିରେ ସାମିଲ କରାଯାଇ ସେମାନଙ୍କୁ ଅତ୍ୟାଧୁନିକ ଜ୍ଞାନ କୌଶଳ ସମ୍ପର୍କରେ ଅବଗତ କରାଯିବ ।
ବିଭାଗୀୟ ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ ଏଥିରେ ୧୨୮ଟି ଷ୍ଟଲ ଖୋଲାଯାଇ ଏମଏସଏମଇ ଉତ୍ପାଦିତ ସାମଗ୍ରୀ ପ୍ରଦର୍ଶିତ ହେବ । ୨୦ ବର୍ଷରେ ୮୦ ହଜାର ଏମଏସଏମଇ ଶିଳ୍ପ ଉତ୍ପାଦିତ ହୋଇଛି । ଏଥିମଧ୍ୟରୁ ୬୦ ହଜାର ଜଣ ସରକାରଙ୍କ ଠାରୁ ସହାୟତା ନେଇଛନ୍ତି । ହିଂଜିଳିରେ ଏମଏସଏମଇ ପାର୍କ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ବାଣିଜ୍ୟ