Connect with us

Uncategorized

କେନ୍ଦ୍ରାପଡାରେ ନବୀନଙ୍କ ରୋଡ ଶୋ

ସାଙ୍କେତିକ

କେନ୍ଦ୍ରାପଡାରେ ନବୀନଙ୍କ ରୋଡ ଶୋ
୨୦ ବର୍ଷ ପରେ ମୁଖ୍ୟମନ୍ତ୍ରୀ ବଳଦେବ ଜୀଉଙ୍କ ଶରଣାପନ୍ନ
କେନ୍ଦ୍ରାପଡ଼ା,୨୬ ଅପ୍ରେଲ- କେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ ମାଧ୍ୟମରେ ଭୋଟର ମାନଙ୍କୁ ଆକୃଷ୍ଟ କରିବା ସହିତ ଭୋଟ ଭିକ୍ଷା କରିଛନ୍ତି । ଶାସନର ୨୦ ବର୍ଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଳଦେବଜୀଉଙ୍କୁ ଦର୍ଶନ କରି ତାଙ୍କ ଶରଣାପନ୍ନ ହୋଇ ଆଶିର୍ବାଦ କାମନା କରିଛନ୍ତି । ଏହି ଅବସରରେ ଶ୍ରୀ ପଟ୍ଟନାୟକ ଶୁକ୍ରବାର ପୂର୍ବାହ୍ନରେ ମହାକାଳପଡା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଂଚଳରେ ରୋଡ ଶୋ କରିବା ସହିତ ପାଟକୁରା ନିର୍ବାଚନ ମଣ୍ଡଳୀର କୋରୁଆ, ଗରଦପୁର ବ୍ଲକ ଏବଂ ମାର୍ଶାଘାଇ ବ୍ଲକର ବିଭିନ୍ନ ଗ୍ରାମ ଗୁଡିକରେ ରୋଡ ଶୋ କରି ସ୍ଥାନୀୟ ଅଂଚଳର ବିଧାୟକ ପ୍ରାର୍ଥୀ ଏବଂ ଲୋକସଭା ପ୍ରାର୍ଥୀ ଅନୁଭବଙ୍କ ସପକ୍ଷରେ ଭୋଟ ପ୍ରଚାର କରିଥିଲେ ।

ସଂଧ୍ୟାରେ ଦୁହୁରିଆ ନିକଟରେ ପହଂଚି ଏକ ବିରାଟ ପଟୁଆରରେ ସହର ପରିକ୍ରମା କରି ବଳଦେବଜୀଉ ମନ୍ଦିରରେ ପହଂଚି ଶ୍ରୀ ବଳଦେବଜୀଉଙ୍କୁ ଦର୍ଶନ କରିଥିଲେ । କେନ୍ଦ୍ରାପଡା ବିଧାୟକ ପ୍ରାର୍ଥୀ ଶଶୀଭୂଷଣ ବେହେରାଙ୍କ ସପକ୍ଷରେ ସେ ଭୋଟ ପ୍ରଚାର କରିଛନ୍ତି । ଜଂଟିଲୋ ଡାକ ବଙ୍ଗଳାରେ ମୁଖ୍ୟମନ୍ତ୍ରୀ ଆଜି ରାତ୍ରି ଯାପନ କରିବାର ବ୍ୟବସ୍ଥା ରହିଛି । ଆସନ୍ତା ଶନିବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପଟ୍ଟାମୁଣ୍ଡାଇ, ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀ ସହିତ ରାଜକନିକା ବ୍ଲକର ବିଭିନ୍ନ ପଂଚାୟତରେ ରୋଡ ଶୋ କରି ଭୂବନେଶ୍ୱର ଫେରି ଯିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତକୁ ଲକ୍ଷ୍ୟ କରି ଜିଲ୍ଲାରେ ଦଳ ପକ୍ଷରୁ ବହୁ ହେଭିୱେଟ ନେତାଙ୍କ ଡେରା ପଡିଛି । କୋରେଇ ବିଧାୟକ ପ୍ରାର୍ଥି ବବି ଦାସ, ଶାରଦା ନାୟକ, ସୁଜାତା ପାଣ୍ଡିଆନଙ୍କ ସହିତ ଡର୍ଜନରୁ ଉଦ୍ଧ୍ୱର୍ ରାଜ୍ୟ ସ୍ତରୀୟ ହେଭିୱେଟ ନେତା ୨ ଦିନ ହେଲା କେନ୍ଦ୍ରାପଡାରେ ଡେରା ପକାଇଛନ୍ତି । ଶ୍ରୀମତୀ ପାଣ୍ଡିଆନ ଜିଲ୍ଲାର ମହିଳା ମଣ୍ଡଳଙ୍କ ଦାୟିତ୍ୱ ହାତକୁ ନେଇଛନ୍ତି । ସେମାନଙ୍କୁ କିପରି ଦଳ ନିକଟକୁ ଆକୃଷ୍ଟ କରାଯିବା ସେ ସଂପୂର୍ଣ୍ଣ ଦାୟିତ୍ୱରେ ଅଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଏହି ରୋଡ ଶୋ ରେ ସ୍ଥାନୀୟ ବିଧାୟକ ପ୍ରାର୍ଥୀ ଶ୍ରୀ ବେହେରାଙ୍କ ସହିତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନସ କୁମାର ପରିଡା, ବିଧାୟକ କିଶୋର ତରାଇ, ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ସ୍ନେହପ୍ରଭା ତ୍ରିପାଠୀ, ଦୁର୍ଗାଶିଷ ମହାନ୍ତି, ସେକ ଚନ୍ଦନ, ନିଶିକାନ୍ତ ପ୍ରଧାନ, ଧୃବ ସାହୁ, ଧୀରେନ କୁମାର ସାହୁ, ହିରଣ୍ୟ କୁମାର ପଣ୍ଡା, ରାଜେଶ ପଣ୍ଡା, ଦେବଦାସ ମହାନ୍ତି ପ୍ରମୁଖଙ୍କ ସହିତ ବହୁ ନେତୃ ସ୍ଥାନୀୟ ଦଳୀୟ ନେତା ଉପସ୍ଥିତ ଥିଲେ । ଦୀର୍ଗ ୨୦ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ବଳଦେବଜୀଉ ଦର୍ଶନ ମନେ ପଡିଥିବାରୁ ସାଧାରଣରେ ଆଲୋଚନା ହେଉଛି । ଏହା ତାଙ୍କର ପ୍ରକୃତରେ ବଲଦେବ ଦର୍ଶନ ନା ଭୋଟ ପ୍ରଚାରକୁ ଆସି ବଳଦେବଜୀଉଙ୍କ ଶରଣାପନ୍ନ ହେବା ତାହା ଆଗାମୀ ସାଧାରଣ ନିର୍ବାଚନରେ ଜଣାପଡିବ ବୋଲି ଚର୍ଚ୍ଚା ହେଉଛି ।

Click to comment

Leave a Reply

Your email address will not be published. Required fields are marked *

More in Uncategorized