Connect with us

ବିଦେଶ

ଭାସିଗଲେ ୩ ଭାରତୀୟ

ସାଙ୍କେତିକ

ସିଡ୍ନୀ,୧୮ା୧୨ : ଅଷ୍ଟ୍ରେଲିଆ ନିଉ ସାଉଥ ୱାଲେସର ମୁନିତଟରେ ମଙ୍ଗଳବାର ତିନିଜଣ ଭାରତୀୟ ଭାସି ଯାଇଛନ୍ତି । ୨ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟଜଣେ ନିଖୋଜ ଅଛନ୍ତି । ସୂଚନା ଅନୁସାରେ ସମୁଦ୍ର କୂଳରେ ବୁଡି ଯାଉଥିବା ଜଣେ ଶିଶୁକୁ ଉଦ୍ଧାର କରିବାକୁ ତିନି ଭାରତୀୟ ସମୁଦ୍ର ମଧ୍ୟକୁ ଲମ୍ଫ ମାରିଥିଲେ । ହେଲେ ସେମାନେ ସମୁଦ୍ରରେ ଭାସି ଯାଇଥିଲେ । ମୃତକଙ୍କ ନାମ ଗ୍ୟାସଉଦ୍ଦିନ (୪୫) ଏବଂ ରାହତ (୩୫) ଓ ସେମାନଙ୍କ ଘର ତେଲେଙ୍ଗାନାରେ । ନିଖୋଜ ଭାରତୀୟଙ୍କ ନାମ ଜୁନୈଦ (୨୮) ବୋଲି ଜାଣିବାକୁ ମିଳିଛି । ତେବେ ବୁଡି ଯାଉଥିବା ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ବୋଲି ଅଷ୍ଟ୍ରେଲିଆ ତଟରକ୍ଷୀ ବାହିନୀ ପକ୍ଷରୁ ସୂଚନା ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ବିଦେଶ