Connect with us

ବିଦେଶ

ଅପରାଧିଙ୍କ ପ୍ରତ୍ୟର୍ପଣ ପାଇଁ ଭାରତ-ମୋରୋକୋ ରାଜିନାମା ସ୍ୱାକ୍ଷର

ସାଙ୍କେତିକ ଚିତ୍ର

ଅପରାଧିଙ୍କ ପ୍ରତ୍ୟର୍ପଣ ପାଇଁ ଭାରତ-ମୋରୋକୋ ରାଜିନାମା ସ୍ୱାକ୍ଷର
ନୂଆଦିଲ୍ଲୀ,୧୨ା୧୧ : ଅପରାଧିକ ମାମଲାରେ ସହାୟତା, ଅପରାଧିଙ୍କ ପ୍ରତ୍ୟର୍ପଣ ଏବଂ ଆବଶ୍ୟକ ପଡିଲେ ଆଇନଗତ ସହଯୋଗ ପ୍ରଦାନ ନିମନ୍ତେ ଭାରତ ଏବଂ ମୋରୋକୋ ସରକାରଙ୍କ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷର ହୋଇଛି । କେନ୍ଦ୍ର ଗୃହ ମନ୍ତ୍ରାଳୟ ସୋମବାର ଏହି ସୂଚନା ପ୍ରଦାନ କରିଛି । ଭାରତ ପକ୍ଷରୁ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ଏବଂ ମୋରୋକୋ ପକ୍ଷରୁ ଆଇନ ମନ୍ତ୍ରୀ ମହମ୍ମଦ ଔଜାର ଏହି ରାଜିନାମାରେ ସ୍ୱାକ୍ଷର କରିଛନ୍ତି ।

ଏହି ରାଜିନାମା ଦ୍ୱାରା ମୋରୋକୋ ସହ ଦ୍ୱିପାକ୍ଷିକ ସମ୍ପର୍କ ମଜଭୁତ ହେବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଏହି ରାଜିନାମା ତଦନ୍ତ ଏବଂ ମୋକଦ୍ଦମା ପାଇଁ ଆଇନର ଢାଞ୍ଚା ପ୍ରସ୍ତୁତିରେ ସହାୟକ ହେବ । ଏହାସହ ଅପରାଧ ହ୍ରାସ, ଅପରାଧିଙ୍କ ପ୍ରତ୍ୟର୍ପଣ, ଆତଙ୍କବାଦ ତତ୍ତ୍ୱଙ୍କ ଚିହ୍ନଟ ଓ ସେମାନଙ୍କୁ ଆର୍ଥିକ ପାଣ୍ଠି ଯୋଗାଣ ସମ୍ପର୍କରେ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି । ଉଭୟ ଦେଶ ମିଳିତ ଭାବେ ଆତଙ୍କବାଦର ମୁକାବିଲା ପାଇଁ ସଙ୍କଳ୍ପ ନେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ବିଦେଶ