Connect with us

ବିଦେଶ

ଇରାନରେ ବୋଇଂ ବିମାନ ଦୁର୍ଘଟଣାଗ୍ରସ୍ତ : ୧୫ ମୃତ

ସାଙ୍କେତିକ

ଇରାନରେ ବୋଇଂ ବିମାନ ଦୁର୍ଘଟଣାଗ୍ରସ୍ତ : ୧୫ ମୃତ
ତେହରାନ,୧୪ା୧ : ଇରାନ ରାଜଧାନୀ ତେହରାନଠାରୁ ୪୦ କିଲୋମିଟର ଦୂର କାରାଜସ୍ଥିତ ଫାଥ୍ ବିମାନ ବନ୍ଦରରେ ସୋମବାର ବୋଇଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୧୫ଜଣ ବିମାନଯାତ୍ରୀଙ୍କ ମୃତ୍ୟୁ ଘଟିଛି ଓ ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ବିମାନ ଯନ୍ତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ଖରାପ ପାଣିପାଗ ମଧ୍ୟରେ ବୋଇଂ ବିମାନ ୭୦୭ ପାଥ ବିମାନ ବନ୍ଦରରେ ଅବତରଣ କରୁଥିବା ବେଳେ ଭାରସାମ୍ୟ ହରାଇ ପାଚେରିରେ ପିଟି ହୋଇଯାଇଥିଲା । ଫଳରେ ଘଟଣା ସ୍ଥଳରେ ବିମାନଟି ଜଳି ଯାଇଥିଲା । ସୂଚନା ଅନୁସାରେ ବିମାନଟି କରାଜସ୍ଥିତ ପାୟମ ବିମାନ ବନ୍ଦରକୁ ଯିବାର ଥିଲା । ମାତ୍ର ଖରାପ ପାଣିପାଗ ଯୋଗୁଁ ଏହା ଫାଥ ବିମାନ ବନ୍ଦରରେ ଅବତରଣ କରି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଇରାନ ସରକାର ଏହାର ତଦନ୍ତ ଆରମ୍ଭ କରିଛନ୍ତି ।

ଇରାନ ବିମାନ ପରିଚାଳନା ବିଭାଗ ମୁଖପାତ୍ର ରୋଜା ଜାଫରଜାଦେହଙ୍କ କହିବା ଅନୁସାରେ ଏହା ଏକ କାର୍ଗୋ ବିମାନ ଥିଲା । ଅବତରଣ ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଅନ୍ୟଏକ ରିପୋର୍ଟ ଅନୁସାରେ ବିମାନଟି ଅବତରଣ ବେଳେ ବିମାନ ବନ୍ଦରର ପାଚେରିରେ ପିଟି ହୋଇ ପାଖରେ ଥିବା ଏକ ଜନବସତିରେ ଯାଇ ପଡିଥିଲା ଓ ଜଳି ଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ବିଦେଶ